ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଶରୀର ଅନେକ ସମୟ ଧରି ପାଣିି ଭିତରେ ରହିବା ଦ୍ୱାରା ଧିରେ ଧିରେ ତ୍ୱଚା ସଙ୍କୁଚିତ ହେବାରେ ଲାଗିଥାଏ । ଏବଂ ଛୁଇଁଲା ମାତ୍ରେ କିଛି ଭିନ୍ନ ପ୍ରକାର ଅନୁଭବ ହୋଇଥାଏ । ଆପଣଙ୍କର ଲୁଗା ସଫା କଲା ବେଳେ ହେଉ କିମ୍ବା ବାସନ ମାଜିଲା ବେଳେ ବହୁତ ସମୟ ପର୍ଯ୍ୟନ୍ତ ହାତ ଓଦା ହୋଇଥାଏ । ଏବଂ ପରମୂହୂର୍ତ୍ତରେ ହାତ ଧଳାପଡି ଯାକି ଯାକି ହେବା ଦେଖାଯାଇଥାଏ । କିନ୍ତୁ ଆପଣମାନେ କେବେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ..
କିଛି ଲୋକଙ୍କ କହିବାନୁଯାୟୀ ଦୀର୍ଘ ସମୟ ଧରି ପାଣିରେ ହାତ ବୁଡିକି ରହିବା ଦ୍ୱାରା ଚର୍ମର ଉପରିସ୍ତରରେ ପାଣି ପଶିଯାଇଥାଏ । ଯେଉଁଥି ପାଇଁ ହାତ ପାପୁଲି ଏବଂ ଅଙ୍ଗୁଳି ଫୁଲିଯାଏ ।
ଖବରମୁତାବକ,ଅଙ୍ଗୁଳି ସଙ୍ଗୁଚିତ ହେବା ଏକ ସ୍ନାୟୁ ସମ୍ବନ୍ଧୀୟ ପ୍ରକ୍ରିୟା, ଯାହା ମସ୍ତିସ୍କରୁ ସଂଚାଳିତ ହୋଇଥାଏ । ପ୍ରକୃତରେ ହାତ ପାଣିରେ ରହିବା ଦ୍ୱାରା ଚର୍ମ ତଳେ ଥିବା ଶିରା ସଙ୍କୁଚିତ ହୋଇଯାଏ । ସେଥିପାଇଁ ରକ୍ତ ଠିକ୍ ଭାବରେ ହାତକୁ ଯାଇପାରେ ନାହିଁ । ଯାହାଦ୍ୱରା ଅଙ୍ଗୁଳି ସଙ୍କୁଚିତ ହୋଇଯାଏ । ଏହାର ଆଉ ଗୋଟେ କାରଣ ହୋଇପାରେ ପ୍ରସାରଣ । ସଙ୍କୁଚିତ ହାତରେ କୌଣସି ଜିନିଷ ଧରିବା ଦ୍ୱାରା ଏହା ହାତରୁ ଖସି ନଥାଏ ବରଂ ଗ୍ରିପ୍ ଭଳି କାମ କରିଥାଏ ।