ଭୁବନେଶ୍ୱର (ଏଟିଆର ବ୍ୟୁରୋ): କର୍କଟ ଏକ ମାରାତ୍ମକ ରୋଗ । ଏହି ରୋଗ ଶରୀରର ବିଭିନ୍ନ ଅଙ୍ଗରୁ ଆରମ୍ଭ ହୋଇପାରେ । ଯେତେବେଳେ କଣିକା ଅନିୟନ୍ତ୍ରିତ ହୋଇ ସାଧାରଣ କଣିକାଠାରୁ ଅଧିକ ବଢିଯାଏ ସେତେବେଳେ କର୍କଟ ରୋଗ ହୋଇଥାଏ । ସେଥିପାଇଁ ଶରୀର ପାଇଁ ସାମାନ୍ୟ କାର୍ଯ୍ୟ କରିବା ବି କଷ୍ଟକର ହୋଇପଡେ । ଏହି ରୋଗର ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି ।
ଅନେକ ପ୍ରକାରର କର୍କଟ ରୋଗ ହୋଇପାରେ । ଏହା ଶରୀରର ବିଭିନ୍ନ ଅଙ୍ଗରୁ ଆରମ୍ଭ ହୋଇପାରେ ଯେପରିକି; ଫୁସଫୁସ୍, ଛାତି,ମଳାଶୟ ଏବଂ ରକ୍ତରେ ବି । ତେବେ ଆସନ୍ତୁ ଜାଣିବା କର୍କଟ ରୋଗର ସଂକେତ..
– ଶରୀରର କୌଣସି ଅଙ୍ଗରେ କ୍ଷତ ଲାଗିବା ଦ୍ୱାରା ଲଗାତର ଭାବେ ରକ୍ତ ବୋହିବା କର୍କଟର ସଂକେତ ହୋଇପାରେ । ଏଭଳି ସଂକେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
– ଶୌଚ ସମୟରେ ମଳରେ ପରିବର୍ତ୍ତନ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବି କର୍କଟର ସଂକେତ ହୋଇପାରେ ।
– କର୍କଟ ହେବା ଦ୍ୱାରା ଶରୀର ଓଜନ ଦ୍ରୁତ ଭାବେ ହ୍ରାସ ହୋଇଥାଏ ।
– ଯଦି ଶରୀରର କୌଣସି ଅଙ୍ଗରେ ଛୋଟ ଛୋଟ ଗଣ୍ଠି ହୋଇ ପରେ ଏହି ଗଣ୍ଠି ବଢିଥାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ଏହା ବି କର୍କଟର ସଂକେତ ହୋଇପାରେ ।
– ଶରୀରର କୌଣସି ଅଙ୍ଗ ବିନା କ୍ଷତ ହୋଇ ଯଦି ଫୁଲୁଛି ତେବେ ଏହା କର୍କଟର ସଂକେତ ।
– ଦୀର୍ଘ ଦିନ ହେବ ବାନ୍ତି ହେବା ଏବଂ ବାନ୍ତିରେ ରକ୍ତ ପଡିବା କର୍କଟର ସଂକେତ ହୋଇପାରେ । ଏହାକୁ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ ।
– ଅଚାନକ୍ ଦୃଷ୍ଟି ଶକ୍ତି କମଯୋର ହେବା ଏବଂ ସର୍ବଦା ମୁଣ୍ଡ ବିନ୍ଧିବା ମସ୍ତିକ କର୍କଟର ସଂକେତ ହୋଇପାରେ ।
– ପରିଶ୍ରାରେ ରକ୍ତ ବାହାରିବା ଏବଂ ଅନ୍ତ୍ରାଶୟ କୁଣ୍ଡେଇ ହେବା କର୍କଟ ରୋଗର ସଂକେତ ।