ନୂ ଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁସ୍ଥ ରହିବା ପାଇଁ ଶରୀରରେ ଭିଟାମିନ୍ ଡି ନିହାତି ଜରୁରୀ । ଶରୀରରେ ହାଡ ଓ ମାଂସପେଶୀକୁ ମଜବୁତ କରିଥାଏ ଭିଟାମିନ୍ ଡି । ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଡି ର ଅଭାବ ଥିବ ତେବେ ଏହାର ପ୍ରଭାବ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଉପରେ ପଡିଥାଏ । ଭିଟାମିନ୍ ଡି ଅଭାବରେ ଆପଣ ଡାକ୍ତରଙ୍କ ପରାମର୍ଶ କରି ସପ୍ଲିମେଣ୍ଟ ନେଇପାରିବେ । ଏହାସହିତ ଯଦି ଆପଣ ଔଷଧ ସେବନ କରିବାକୁ ଚାହୁଁନଥିବେ ତେବେ ଖାଦ୍ୟ-ପେୟରେ କିଛି ଜିନିଷ ରହିଛି ଯାହା ଭିଟାମିନ୍ ଡି ଅଭାବକୁ ଦୂର କରିଥାଏ ।
ଅଣ୍ଡା: ସମସ୍ତେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ଭିଟାମିନ୍ ଡି , ପ୍ରୋଟିନ୍ ଏବଂ ଭଲ କାର୍ବୋସ ରହିଥାଏ । ଶରୀରରେ ଭିଟାମିନ୍ ଡି ଅଭାବ ହେବା ଦ୍ୱାରା ଆପଣ ନିୟମିତ ଗୋଟେ ଅଣ୍ଡାର ହଳଦିଆ ଅଂଶ ସେବନ କରିପାରିବେ ।
ଛତୁ;- ଏଥିରେ ଭିଟାମିନ୍ ସିର ଭଲ ସ୍ରୋତ ରହିଛି । ଏହାସହିତ ଛତୁରେ ଭିଟାମିନ୍ ବି୧, ବି୨, ବି୫ ଏବଂ ମ୍ୟାଗ୍ନେସିୟମର ଭଲ ସ୍ରୋତ ମଧ୍ୟ ରହିଛି । ସେହିପରି ଯଦି ଶରୀରରେ ଭିଟାମିନ୍ ଡିର ଅଭାବ ଥିବ ତେବେ ଖରାରେ କରାଯାଉଥିବା ଛତୁକୁ ଖାଇ ପାରିବେ । ଏହା ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଉପଯୋଗୀ ।
ଖୀର ଏବଂ ଦହି:- ଭିଟାମିନ୍ ଡି ଅଭାବ ହେଲେ ଆପଣ ଗାଇ କ୍ଷୀର ପିଇପାରିବେ । ଏହା ଭିଟାମିନ୍ ଡି ଏବଂ କ୍ୟାଲସିୟମର ସର୍ବୋତ୍ତମ ଉତ୍ସ । ଆପଣ ପ୍ରତିଦିନ ଏକ ଗ୍ଲାସ୍ ଗାଇ କ୍ଷୀରରୁ ପର୍ୟ୍ୟାପ୍ତ ପରିମାଣର ଭିଟାମିନ୍ ଡି ପାଇପାରିବେ । ସେହିପରି ଦହି ରୁ ମଧ୍ୟ ଭିଟାମିନ୍ ଡି ର ଅଭାବ ଦୂର ହୋଇପାରିବ ।
କମଳା;- ଯଦି ଆପଣ ପ୍ରତିଦିନ ପର୍ୟ୍ୟାପ୍ତ ପରିମାଣର ଭିଟାମିନ୍ ଡି ନେବାକୁ ଚାହାଁନ୍ତି, ତେବେ ଆପଣ ଏଥିପାଇଁ କମଳା ରସ ମଧ୍ୟ ପିଇପାରିବେ । କମଳା ରସ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ।
ମାଛ:- ମାଛ ହେଉଛି ଭିଟାମିନ୍ ଡି ର ଏକ ଭଲ ଉତ୍ସ । ଆପଣ ଖାଦ୍ୟରେ ହେରିଙ୍ଗ, ମାକ୍ରେଲ, ଟୁନା ପରି ମାଛ ଅନ୍ତର୍ଭୁକ୍ତ କରିପାରିବେ । ଭିଟାମିନ୍ ଡି ହେଉଛି ସର୍ବୋତ୍ତମ ବିକଳ୍ପ । ଶରୀରରେ ମାଛରୁ କ୍ୟାଲସିୟମ, ଫସଫରସ୍, ପ୍ରୋଟିନ୍ ଭଳି ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ ।