ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : କରୋନା ମହାମାରୀ ଏବେ ସାଧାରଣ ଜୀବନଯାପନରେ ଅଧିକ ପ୍ରଭାବ ପକାଉଛି । ଏହି ମହାମାରୀ ଏତେ ଭୟଙ୍କର ଯେ ଗୋଟିଏ ଦିନରେ ଲକ୍ଷେ ଲକ୍ଷେ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ପରିପେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ପକ୍ଷରୁ ନିଜକୁ ଓ ନିକ ଆଖ ପାଖ ପରିବେଶକୁ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ବର୍ତ୍ତମାନ୍ ସମୟରେ ସମସ୍ତେ ନିଜକୁ ସାନିଟାଇଜିଙ୍ଗ କରିବା ବାଧ୍ୟ୍ୟତାମୂଳକ ହୋଇଯାଇଥିବା ବେଳେ ବଜାରକୁ ଏକ ସ୍ୱଂୟଚାଳିତ ବ୍ରସ ଆସିଛିି । ଯିଏ କି ଖୁବ୍ କମ୍ ସମୟରେ ଶୈଚାଳୟକୁ ସାନିଟାଇଜିଙ୍ଗ୍ କରିପାରୁଛି ।
ଅତ୍ୟାଧୁନିକ ଟଏଲେଟ୍ ସଫେଇ ବ୍ରସ୍ ଏବେ ବଜାରକୁ ଆସିଛି । ଏହାର ନାମ ଗୁଡପାପା ଦିଆଯାଇଛି । ଏହା ଏକ ସ୍ୱଂୟ ଚାଳିତ ସାନିଟାଇଜର୍ ବ୍ରସ୍ ମେସିନ , ଯାହାକି ସ୍ୱଂୟଚାଳିତ ଭାବେ ଆପଣଙ୍କ ଶୈଚାଳୟକୁ ସଫା କରିଥାଏ । ଶୈଚାଳୟକୁ ସଫା କରିବା ପରେ ଏହି ମେସିନ୧୨୦ ସେକେଣ୍ଡ୍ ପର୍ଯ୍ୟନ୍ତ ନିଜକୁ ଅତି ବାଇଗଣୀ ରଶ୍ମୀ ଦ୍ୱାରା ପରିଷ୍କାର କରିଥାଏ । ତେବେ ଏହାକୁ ତିଆରି କରିଥିବା କମ୍ପାନୀର ସୂଚନା ଅନୁଯାୟୀ ଏହି ବ୍ରସଟି ପ୍ରାୟତଃ ୯୯.୯ ପ୍ରତିଶତ ଜୀବାଣୁ ଶୈଚାଳୟରୁ ମୁକ୍ତ କରିଥାଏ । ଏହି ମେସିନର ବିଶେଷତ୍ୱ ହେଉଛି ଯେ, ଏହାକୁ ଉଭୟ ବିଦ୍ୟୁତ ଓ ବ୍ୟାଟେରିରେ ବ୍ୟବହାର କରି ହେବ । କଂପାନି ପକ୍ଷରୁ ଏହି ମେସିନକୁ ଏଭଲି ଭାବରେ ତିଆରି କରାଯାଇଛି ଯେ, ଏହାକୁ ଥରେ ଚାର୍ଜ କଲେ ୩ ମାସ ପର୍ଯ୍ୟନ୍ତ ବ୍ୟବହାର କରିହବ । ବର୍ତ୍ତମାନ ଏହି ମେସିନଟି କେବଳ ଅନଲାଇନରେ ଉପଲଧ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁ ଲୋକ ମାନେ ନିଜ ଶୈଚାଳୟକୁ ସଫା କରୁନାହାନ୍ତି କିମ୍ବା କାମ ବ୍ୟସ୍ତରେ ରହି ଏହା ପ୍ରତି ଧ୍ୟାନ ଦେଉନାହାନ୍ତି ସେମାନେ ଉପକୃତ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।