ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାଧାରଣତଃ ପିଆଜକୁ ଆପଣମାନେ ଖାଦ୍ୟରେ ବ୍ୟବହାର କରିଥାନ୍ତି । ଏହବ୍ୟତୀତ ଏହାକୁ ଆପଣ ସାଲାଟ ବନେଇ ଖାଇଥାନ୍ତି । କିନ୍ତୁ ଏହି ପିଆଜର ଏଭଳି କିଛି ଲାଭକାରୀ ଗୁଣ ଅଛି ଯାହାକୁ ଜାଣିଲା ପରେ ଆପଣ ନିୟମିତ ପିଆଜ ଖାଇବେ ।
– ପ୍ରବଳ ଖରା ହେବା ଫଳରେ ଅଂଶୁଘାତ ହୋଇଥାଏ । ଯଦି ଆପଣ ଅଂଶୁଘାତରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ପିଆଜ ରସ ପିଅନ୍ତୁ ।
– କଂଚା ପିଆଜକୁ ବାଟିକି ମୁଣ୍ଡରେ ଲଗାନ୍ତୁ, ଏବଂ ଘଂଟେ ପରେ ଉଷୁମ ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା କେଶ ଗହଳିଆ ଏବଂ ଲମ୍ବା ହୋଇଥାଏ । ଏହି ପିଆଜ ଦ୍ୱାରା କର୍କଟ ରୋଗ ଏବଂ ଚର୍ମ ରୋଗ ହେବାରୁ ରକ୍ଷା ମିଳିଥାଏ ।
– ଶୋରିଷ ତେଲରେ ପିଆଜ ରସ ମିଶାଇ ଆଂଠୁ ଗଣ୍ଠି ଦରଜ ସ୍ଥାନରେ ଲଗାନ୍ତୁ । ମାସେ ପର୍ଯ୍ୟନ୍ତ ଏହଭଳି କରିବା ଦ୍ୱାରା ଏହି ରୋଗ ଦୂର ହୋଇଥାଏ ।
– ଖରାପ ଖାଦ୍ୟ ଯୋଗୁଁ ପେଟରେ ଷ୍ଟୋନ ସମସ୍ୟା ଦେଖା ଯାଇଥାଏ । ସେହି ବ୍ୟକ୍ତିମାନଙ୍କୁ ପିଆଜ ବ୍ୟବହାର କରିବା ନିହାତି ଆବଶ୍ୟକ ।
– ଯଦି ଆପଣଙ୍କ କେଶ ଝଡୁଛି ତାହାଲେ ଅପଣଙ୍କ ପିଆଜ ରସକୁ କେଶରେ ଲଗାଇ ପାରିବେ । ଏହାଦ୍ୱାରା କେଶ ଝଙ୍ଗିବା ବନ୍ଦ ହୋଇ ଯାଇଥାଏ ।
– ପିଆଜରେ ଫସ୍ଫୋରିକ ଏସିଡ ଥାଏ । ଏହା ଶରୀରରେ ରକ୍ତକୁ ସଫା ରଖିବାର କାମ କରିଥାଏ ।