ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରବଳ ଖରା,ଧୂଳି ଏବଂ ପ୍ରଦୂଷଣ ହେବା ଯୋଗୁ ପ୍ରାୟତଃ କେଶ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଇଥାଏ । ନଚେତ୍ ଖରାଦିନେ ଜିମ୍ ରେ ଘଂଟା ଘଂଟା ଧରି ବ୍ୟାୟାମ କରିବା ଦ୍ୱାରା ଝାଳ ବାହାରି କେଶ ଓଦା ଲାଗିଥାଏ । ସେଥିପାଇଁ ଅନେକ ମହିଳା ଖରାଦିନେ ଲମ୍ବା କେଶ ରଖିବା ପାଇଁ ପସନ୍ଦ କରନ୍ତି ନାହିଁ ।
କେଶରେ ଝାଳର ସ୍ତର ବଢିଯିବା ଦ୍ୱାରା ସେଥିରୁ ଦୁର୍ଗନ୍ଧ ବହାରିବା ସହ କେଶ ଅଠାଳିଆ ଲାଗିଥାଏ । ସେଥିପାଇଁ ଅନେକ ଲୋକ ପ୍ରତିଦିନ କେଶ ଧୋଇଥାନ୍ତି । ଏହିଭଳି ନିୟମିତ ଧୋଇବା ଦ୍ୱାରା କେଶ ପାଇଁ ହାନିକାରକ ହୋଇଥାଏ ।କେଶ ଧୋଇଲା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ କେଶକୁ ଅଧିକ ମାତ୍ରରେ କ୍ଷତି ପହଞ୍ଚିଥାଏ ।
ବିଶେଷଜ୍ଞଙ୍କ ମତରେ ନିୟମିତ କେଶ ଧୋଇବା ଦ୍ୱାରା ଧିରେ ଧିରେ କେଶ ମୂଳ ଦୁର୍ବଳ ହୋଇଯାଏ । କାରଣ ଏହାଦ୍ୱାରା କେଶ ସୁଖିକି ଝଡ଼ିବା ଆରମ୍ଭ ହୋଇଥାଏ । ସେଥିପାଇଁ ନିୟମିତ କେଶକୁ ନଧୋଇ ସପ୍ତାହରେ ୩ଥର ସାମ୍ପୁ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଆପଣ କେଶରେ ଭଲକରି ତେଲ ମାଲିସ କରି ଏହି ସବୁ ସମସ୍ୟାକୁ ଦୂରେଇ ପାରିବେ ।