ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିଲ୍ଲୀର ଜଣେ ୩୦ ବର୍ଷିୟ ଯୁବକ ଟାଇଟ୍ ଜିନ୍ସ ପିନ୍ଧି ଗାଡି ଚଲାଉଥିବା ବେଳେ ଅଚାନକ୍ ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା ଖବର ନିକଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏକ୍ସପର୍ଟଙ୍କ ମତରେ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ହାର୍ଟ ଆଟାକ୍ ହୋଇପାରେ । କାରଣ ଯେତେବେଳେ କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଇଟ୍ ବସ୍ତ୍ର ପିନ୍ଧି ଡ୍ରାଇଭିଂ କରନ୍ତି ସେତେବେଳେ ତାଙ୍କ ଅଙ୍ଗ ପରିଚାଳନା ବନ୍ଦ ହୋଇଯାଇଥାଏ । ନଳୀରେ ରକ୍ତ ଜମାଟ ବାନ୍ଧି ଦେଇଥାଏ । ଏହାକୁ ପଲ୍ମୋନରୀ ଏମ୍ବୋଲିଜ୍ମ ବୋଲି କୁହାଯାଏ । ଏହା ହାର୍ଟ ଆଟାକ୍ ନୁହେଁ କିନ୍ତୁ ହାର୍ଟ ଆଟାକ୍ ତୁଳନାରେ ଅଧିକ ମାରାତ୍ମକ । ଏଥିରେ ଅଧିକ ମୃତ୍ୟୁ ହୋଇଥାଏ ।
ଏହି ସମସ୍ୟା ବ୍ୟକ୍ତିଙ୍କ ଠାରେ ଅଚାନକ୍ ଦେଖାଦେଇଥାଏ । ଅଧିକ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଶରୀରରେ ଏକ ପ୍ରକାରର ଚାପ ପଡିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ ହାର୍ଟ ସମସ୍ୟା ରହିଛି ତେବେ ଏହି ଚାପ ଯୋଗୁଁ ବି ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ ଥାଏ । ସେଥିପାଇଁ ଭୁଲ୍ ରେ ବି ଟାଇଟ୍ ଜିନ୍ସ ପିନ୍ଧନ୍ତୁ ନାହିଁ କି ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଭେଲିଂ କରନ୍ତୁ ନାହିଁ । ଏହା ଶରୀର ପାଇଁ ହାନିକାରକ ।