ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଟ୍ କୁ ସାଧାରଣତଃ ସାଲାଡରେ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ ବେଶ ଉପକାରୀ । ବିଟ୍ ରେ ଏଭଳି ଗୁଣ ରହିଛି ଯାହା ଶରୀରର ଅନେକ ରୋଗକୁ ଦୂର କରିବା ସହିତ ଶରୀରକୁ ସୁସ୍ଥ ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା କର୍କଟ, ମଧୁମେୟ, ହୃଦରୋଗ, ଉଚ୍ଚରକ୍ତଚାପ ଭଳି ରୋଗରୁ ରକ୍ଷା ମିଳିଥାଏ । ତେବେ ଆଜି ଆସନ୍ତୁ ଜାଣିବା ବିଟ୍ ର ଉପକାରିତା ବିଷୟରେ ।
– ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ବିଟ୍ । ରିସର୍ଚ୍ଚ ମୁତାବକ ଯଦି ଆପଣ ନିୟମିତ ବିଟ୍ ଜୁସ୍ ପିଉଛନ୍ତି ତେବେ ଏହା ଆପଣଙ୍କ ରକ୍ତଚାପ କମ କରିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
– ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ମଧୁମେୟ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଶରୀରରେ ଇଂସ୍ୟୁଲିନ ଅଭାବ ହେବା ଦ୍ୱାରା ମଧୁମେୟ ରୋଗ ହୋଇଥାଏ । ଯଦି ଆପଣ ସଠିକ ସମୟରେ ଚିକତ୍ସା ନକରନ୍ତି ତେବେ ଏହା ଅଧିକ ବିପଦପୂର୍ଣ୍ଣ ହୋଇଥାଏ । ସେଥିପାଇଁ ସର୍ବଦା ମଧୁମେୟକୁ ନିୟନ୍ତ୍ରଣରେ ରଖିବା ଲାଗି ନିୟମିତ ବିଟ୍ ସେବନ କରନ୍ତୁ ।
– ବିଟ୍ ରେ ନାଇଟ୍ରେଟ ତତ୍ୱ ରହିଛି । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଏହା ରକ୍ତଚାପକୁ ନିୟନ୍ତ୍ରଣ କରି ହୃଦଘାତ ହେବାରୁ ରକ୍ଷା କରିଥାଏ ।
– ଏନିମିୟା ରୋଗୀଙ୍କ ପାଇଁ ବିଟ ଲାଭକାରୀ ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ । ବିଟ୍ ରେ ଗ୍ଲୁଲାମାଇନ ନାମକ ଏମିନୋ ଏସିଡ ରହିଛି ଯାହା ଆପଣଙ୍କ ପଚନ ତନ୍ତ୍ରକୁ ମଜବୁତ କି ଇମ୍ୟୁନ ସିଷ୍ଟମକୁ ସଠିକ ରଖିଥାଏ ।
– କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ବିଟ୍ । ସେଥିପାଇଁ ନିୟମିତ ବିଟ୍ ସେବନ କରନ୍ତୁ ।