ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁନ୍ଦରତାଠୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପଇଡ ପାଣି ଖୁବ୍ ଉପଯୋଗୀ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁଣକାରୀ । ପଇଡ ପାଣିରେ ଏଭଳି କିଛି ତତ୍ୱ ରହିଛି , ଯାହାର ଆବଶ୍ୟକତା ଆମ ଶରୀର ପାଇଁ ଜରୁରୀ । ସାଧାରଣତଃ ଗୋଟେ ପଇଡରୁ ୨୦୦ ମିଲିଲିଟରରୁ ଅଧିକ ପାଣି ବାହାରିଥାଏ । ଏହା ସ୍ୱାଦିଷ୍ଟ ଏବଂ ରିଫ୍ରେସ ହୋଇଥାଏ । ସବୁଠାରୁ ଖାସ୍ କଥା ହେଉଛି ପଇଡ ପାଣି କମ କ୍ୟାଲୋରୀ ବିଶିଷ୍ଟ । ଏହାସହିତ ଆଣ୍ଟିଅକ୍ସିଡେଣ୍ଟ, ଆମିନୋଏସିଡ, ଏଞ୍ଜାଇମ୍ସ, ଭିଟାମିନ ବି-କମ୍ପେ୍ଲସ , ଭିଟାମିନ ସି ଭଳି ଅନେକ ପୋଷକ ତତ୍ୱ ଏଥିରେ ଭୁରପୁର ମାତ୍ରାରେ ରହିଥାଏ ।
ଫାଇଦା:-
– ପଇଡ ପାଣି ସେବନ କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ ସଠିକ ରହିଥାଏ । ଏଥିରେ ସାଇଟୋକିନିଂସ ନାମରେ ଏକ ତତ୍ୱ ଥାଏ, ଯାହା ବୟସ ବୃଦ୍ଧି ଲକ୍ଷଣକୁ ଆସିବାରେ ରୋକିଥାଏ ।
– ପଇଡ ପାଣି ପିଇବା ଦ୍ୱାରା ଶରୀରରେ ପାଣି ମାତ୍ରା ସଠିକ ରହିଥାଏ । ଝାଡା, ବାନ୍ତି ଭଳି ସମସ୍ୟାରେ ପଇଡ ପାଣି ଫାଇଧା ହୋଇଥାଏ ।
– ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ପଇଡ ପାଣି । ଏଥିରେ ଥିବା ଭିଟାମିନ୍ ସି, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ହାଇପରଟେନସନ୍ କୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।
– ଏହି ପଇଡ ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରଲ ମାତ୍ରା କମ ହୋଇଥାଏ । ଯାହାଦ୍ୱାରା ହାର୍ଟ ଉପରେ କୌଣସି ପ୍ରଭାବ ପଡିନଥାଏ ।
– ହ୍ୟାଙ୍ଗଓଭରରୁ ରକ୍ଷା ପାଇବା ପାଇଁ ପଇଡ ପାଣି ବ୍ୟବହାର କରାଯାଇଥାଏ ।
– ସେହିପରି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ପଇଡ ପାଣି ।