ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସକାଳେ ଏକ ସୁସ୍ଥ ଜଳଖିଆ ଖାଇବା ଅତ୍ୟନ୍ତ ଜରୁରୀ । ସେଥିପାଇଁ ଆମେ କ୍ଷୀର ଠାରୁ ଆରମ୍ଭ କରି ଓଟ୍ସ , କଦଳୀ, ଦହି ଇତ୍ୟାଦି ଜିନିଷ ଅନ୍ତର୍ଭୂକ୍ତ କରୁ । ଯାହା ଫାଇବର ଏବଂ କ୍ୟାଲସିୟମରେ ଭରପୂର ଅଟେ । କିନ୍ତୁ ଜଳଖିଆରେ ଭିଟାମିନ୍ ସି ଥିବା ଖାଦ୍ୟ ପଦାର୍ଥକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ ।
ଏହା ଆପଣଙ୍କୁ କେବଳ ଶକ୍ତି ଦେବ ନାହିଁ ବରଂ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୃଢ ରଖିବ । ଏଥିପାଇଁ, ଜଳଖିଆରେ ଏକ ଫଳ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ ଯାହାକି ଭିଟାମିନ ସି ରେ ପରିପୂର୍ଣ୍ଣ ରହିଥିବ । ତେବେ ଆପଣ ନିଜ ଜଳଖିଆରେ ସପୁରୀ ଅନ୍ତର୍ଭୁକ୍ତ କରିପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
– ସପୁରୀ ରେ ଭଲ ପରିମାଣର ଭିଟାମିନ୍ ସି ଥାଏ । ଏଥିସହ ଏଥିରେ ଫାଇବର ଏବଂ ମାଙ୍ଗାନିଜ ପରି ଖଣିଜ ପଦାର୍ଥ ମଧ୍ୟ ମିଳିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯେଉଁ କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଆମ ଶରୀରକୁ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ ଜଳଖିଆରେ ସପୁରୀ ଅନ୍ତର୍ଭୁକ୍ତ କରିବାର ଆହୁରି ଅନେକ ଲାଭ ଅଛି । ଏହା ଅନେକ ଚର୍ମ ରୋଗରୁ ରକ୍ଷା କରିଥାଏ ।
– ସପୁରୀରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଗୋଟିଏ ଖଣ୍ଡ ସପୁରୀରେ ପ୍ରାୟ ୪୨ କ୍ୟାଲୋରୀ ଅଛି, କିନ୍ତୁ ଏଥିରେ ଚାରି ପ୍ରତିଶତ କାର୍ବସ୍ ଅଛି, ଯାହା ଆପଣଙ୍କ ପେଟକୁ ପୂର୍ଣ୍ଣ ଅନୁଭବ କରାଏ । ଏହା ଆପଣଙ୍କୁ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
– ପ୍ରତିଦିନ ଜଳଖିଆରେ ସପୁରୀ ଅନ୍ତର୍ଭୁକ୍ତ କରିବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସପୁରୀର ପେଟ ଜନିତ ସମସ୍ୟା ସମାଧାନ କରିବାରେ ପ୍ରଭାବଶାଳୀ ଅଟେ । ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉନ୍ନତି କରିଥାଏ ।
– ସପୁରୀରେ ଭିଟାମିନ୍ ସି ଭରପୂର ଅଟେ, ଯାହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ । ଏହାବ୍ୟତିତ ଏଥିରେ ଏପରି କିଛି ତତ୍ୱ ମିଳିଥାଏ ଯାହା ଶରୀରରେ ସୁଜର ଏବଂ କୌଣସି ଘାଆକୁ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ଚେହେରାରେ ଚମକ ଆଣିଥାଏ ଏବଂ ମୁହଁରେ ଥିବା ଦାଗ ମଧ୍ୟ ସଫା ହୋଇଯାଏ ।