ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାର୍ଟ ଆଟାକ୍ କେବଳ ପୁରୁଷଙ୍କୁ ହୁଏ ମହିଳାଙ୍କୁ ହୁଏନି ବୋଲି ଅଧିକାଂଶ ଲୋକ ଭାବିଥାନ୍ତି । କିନ୍ତୁ ଆଜିକାଲରି ପରିବର୍ତ୍ତନ ଜୀବନଶୈଳୀ ମଧ୍ୟରେ ହାର୍ଟ ଆଟାକ୍ ସମସ୍ୟା ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରିବ । ମହିଳାମାନଙ୍କଠାରେ ହାର୍ଟ ଆଟାକ୍ ବେଳେ ବିଭିନ୍ନ ଲକ୍ଷଣ ଦେଖାଦେଇ ଥାଏ । ଯାହାକୁ ଅଣଦେଖା କଲେ ମହଙ୍ଗା ପଡିପାରେ । ହୃଦରୋଗ ବିଶେଷଜ୍ଞ ଡାକ୍ତର ନିହାର ମେହତାଙ୍କ କହିବାନୁସାରେ ହାର୍ଟ ଆଟାକ୍ ପୂର୍ବରୁ ମହିଳାମାନଙ୍କଠାରେ କିଛି ସାମାନ୍ୟ ଲକ୍ଷଣ ଜଣାପଡିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଲକ୍ଷଣ ଯାହାକୁ ମହିଳାମାନେ ବିଲକୁଲ ଅଣଦେଖା କରିବା ଉଚିତ୍ ନୁହେଁ ।
– ବାନ୍ତି, ପେଟ ଖରାପ ହେବା, ଶରୀରର ଉପରିଭାଗ ଦରଜ ହେବା, ମୁଣ୍ଡ ବୁଲାଇବା ମୁଣ୍ଡ ବ୍ୟଥା, ଝାଳ ବୋହିବା,ନିଶ୍ୱାସ ନେବାରେ ଅସୁବିଧା ଆଦି ।
ଏହାବ୍ୟତୀତ ପୁରୁଷମାନଙ୍କ ଠାରେ ହାର୍ଟ ଆଟାକ୍ ର ଲକ୍ଷଣ ସାମାନ୍ୟ ଭିନ୍ନ ଥାଏ ।