ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ଘରେ ଗୋଟେ ଗୋଟେ ମାଇକ୍ରୋଓଭେନ ଦେଖିବାକୁ ମିଳିଥାଏ । କାରଣ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତେ ଚାହାଁନ୍ତି ଯଥା ଶୀଘ୍ର କାମ ଶାରିବାକୁ । ସେଥିପାଇଁ ଅନେକ ଲୋକ ମାଇକ୍ରୋଓଭେନର ସାହାର ନେଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହାଦ୍ୱାରା ଆପଣଙ୍କ ପ୍ରଜନନ କ୍ଷମତାରେ ବାଧା ସୃଷ୍ଟି ହୋଇଥାଏ ।
ମାଇକ୍ରୋଓଭେନରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ କଣ୍ଟେନର ଦ୍ୱାରା ଆପଣ ଅନେକ ସମସ୍ୟାର ସମୁଖୀନ ହୋଇ ପାରନ୍ତି । ଯଦି ଆପଣ ଗର୍ଭବତୀ ଅଛନ୍ତି ତାହାଲେ ଏହାଦ୍ୱାରା ଆପଣଙ୍କ ପିଲାଙ୍କ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହାଦ୍ୱାରା ପ୍ରଜନନ କ୍ଷମତାରେ ବାଧା, ମଧୁମେୟ, କର୍କଟ ଏବଂ ମୋଟାପଣ ହେବାର ଆଶଙ୍କା ଅଧିକ ଥାଏ ।
ବିଶେଷଜ୍ଞଙ୍କ ମତରେ ମାଇକ୍ରୋଓଭେନରେ ପ୍ଲାଷ୍ଟିକ କଣ୍ଟେନରଟା ଗରମ ହେବା ଦ୍ୱାରା ସେଥିରୁ ୯୫ ପ୍ରତିଶତ ରାସାୟନିକ ପଦାର୍ଥ ବାହାରିଥାଏ । ଏହାଦ୍ୱରା ଶରୀରରେ ଉଚ ରକ୍ତଚାପ, ପ୍ରଜନନ କ୍ଷମତାରେ ବାଧା, ମସ୍ତିସ୍କ ସଂଚାଳନରେ କ୍ଷତି ହୋଇଥାଏ ।
ପ୍ଲାଷ୍ଟିକ କଣ୍ଟେନରରୁ ବିଷ୍ଫେନାଲ ନାମକ ବିଷାକ୍ତ ପଦାର୍ଥ ବାହାରିଥାଏ । ଯାହାକୁ ସାଧାଣରେ ବିପିଏ ଏବଂ ଫାଥାଲେଟ କୁହାଯାଇଥାଏ । ଏହା ରକ୍ତରେ ମିଶିବା ଦ୍ୱାରା ହରମୋନରେ ପରିବର୍ତ୍ତନ, ଲିଙ୍ଗ ପରିବର୍ତ୍ତନ ବିଭିନ୍ନ ପ୍ରକାରର କର୍କଟ ରୋଗ ଆଦିର ମୁଖ୍ୟ କାରଣ ହୋଇଥାଏ । ମଣିଷ ଶରୀର ବିପିଏର ମାତ୍ରା ଅଧିକ ରହିଛି । କାରଣ ୯୦ ପ୍ରତିଶତ ଲୋକଙ୍କ ଶରୀର ଚିକିତ୍ସାରୁ ଜଣା ପଡିଲା ଯେ ଶରୀରରେ ବିପିଏ ମାତ୍ରା ଅଧିକ ।
ପ୍ଲାଷ୍ଟିକ କଣ୍ଟେନରରେ କର୍କଟ ରୋଗ ସହ ଜଡିତ ପିଭିସି,ଡାଇଓକ୍ସିନ ଏବଂ ଷ୍ଟାଇରେନ ଆଦି ଥାଏ । ଯାହା କର୍କଟ ରୋଗ ହେବାର ମୂଳ ଲକ୍ଷଣ । ଯେତେବେଳେ ମାଇକ୍ରୋଓଭେନରେ ଖାଦ୍ୟ ଗରମ କରାଯାଏ, ସେତେବେଳେ ପ୍ଲାଷ୍ଟିକରୁ ବିଷାକ୍ତ ରାସାୟନିକ ପଦାର୍ଥ ବାହାରି ଖାଦ୍ୟରେ ମିଶିଯାଇଥାଏ । ଯାହାଫଳରେ ସେହି ଖାଦ୍ୟ ଖାଇଲେ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।
ହାଇଦ୍ରାବାଦ ସ୍ଥିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ ସ୍ୱାତୀଙ୍କ ମତରେ, ଯେତେ ସମ୍ଭବ ହୋଇପାରୁଛି ସେତେ ପ୍ଲାଷ୍ଟିକ କଣ୍ଟେନର ବ୍ୟବହାର ନକରି, ଗ୍ଲାସ କଣ୍ଟେନର ବ୍ୟବହାର କରନ୍ତୁ । କାରଣ ଗ୍ଲାସ କଣ୍ଟେନରରେ ଖାଦ୍ୟ ଗରମ କଲା ବେଳେ କୌଣସି ରାସାୟନିକ ପଦାର୍ଥ ବାହାରି ନଥାଏ । ଏହାଦ୍ୱରା କୌଣସି ଅସୁବିଧା ହୁଏ ନାହିଁ ।