ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକା ସମୟରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଯାଇଛି । ଦୁନିଆରେ ଅଧିକାଂଶ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ସୁସ୍ଥ ରହିବାକୁ ହେଲେ ରକ୍ତ ଚାପ ସନ୍ତୁଳିତ ରହିବା ନିହାତି ଆବଶ୍ୟକ । ଉଚ୍ଚ ରକ୍ତଚାପ ହେବା ଦ୍ୱାରା ଧମନିୟ ରେ ରକ୍ତର ଚାପ ବଢିଥାଏ । ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପକୁ ଅଣଦେଖା କରିଥାନ୍ତି । କିଛି ଲୋକ ଔଷଧ ସେବନ କରି ରକ୍ତଚାପକୁ ନିୟନ୍ତ୍ରଣ କରିଥାନ୍ତି । ସେଥିପ୍ରତି ଆପଣଙ୍କୁ ସତର୍କ ରହିବା ନିହାତି ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ଉଚ୍ଚ ରକ୍ତଚାପର ପ୍ରାରମ୍ଭିକ ଲକ୍ଷଣ ବିଷୟରେ…
ଉଚ୍ଚ ରକ୍ତଚାପର ପ୍ରାଥମିକ ଲକ୍ଷଣ: ପ୍ରାଥମିକ ଲକ୍ଷଣରେ ବ୍ୟକ୍ତିଙ୍କ ମୁଣ୍ଡର ପଛ ଅଂଶ ଏବଂ ଗଳା ଦରଜ ରହିଥାଏ । ଏଭଳି ସମସ୍ୟାକୁ କିଛି ଲୋକ ଅଣଦେଖା କରିଦେଇଥାନ୍ତି । ଯାହା ଆଗାମୀ ସମୟରେ ଏକ ବଡ ସମସ୍ୟା ହୋଇ ଛିଡା ହୋଇଥାଏ ।
ସେହିପରି ଯଦି ଆପଣ ଚିନ୍ତାଗ୍ରସ୍ତ ରହୁଥାନ୍ତି ତେବେ ଏହା ଉଚ୍ଚ ରକ୍ତଚାପର ଇଶାରା ହୋଇପାରେ । ଅନ୍ୟପଟେ ଉଚ୍ଚ ରକ୍ତଚାପ ସମସ୍ୟାରେ ମୁଣ୍ଡ ବୁଲାଇବା ସାଧାରଣ କଥା । ବେେଳେ ବେେଳେ ଶରୀର କମଜୋର ଯୋଗୁଁ ମୁଣ୍ଡ ବୁଲାଇଥାଏ । ସେଥିପାଇଁ ଆପଣ ଡାକ୍ତଙ୍କ ପରାମର୍ଶ ନେଇ ପାରିବେ ।
ଯଦି ଆପଣ ସାମାନ୍ୟ କାମ କରିକି ଥକି ଯାଉଛନ୍ତି ଚାଲିବାରେ ବି ସମସ୍ୟା ଉପୁଜୁଛି ତେବେ ଆପଣ ଉଚ୍ଚ ରକ୍ତଚାପ ଗ୍ରସ୍ତ ହୋଇ ପାରନ୍ତି ।
ଯଦି ଆପଣ ଦୀର୍ଘ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥାନ୍ତି ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ । ଏଭଳି ପରିସ୍ଥିତି ଉଚ୍ଚ ରକ୍ତଚାପ ଗ୍ରସ୍ତ ହେବାର ଆଶଙ୍କା ଅଧିକ ରହିଥାଏ । ଏହାସହିତ ଯଦି ଆପଣଙ୍କ ନାକରୁ ଅଚାନକ ରକ୍ତ ବାହାରେ ତେବେ ଏହା ବି ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ।