ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକଙ୍କୁ ଅନେକ ଛୋଟ ମୋଟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବେଳେ ବେଳେ ଅଧିକ କାମ କରିବା ଦ୍ୱାରା ଶରୀରର କିଛି ଅଂଶ ଦରଜ ହୋଇଯାଏ । ଏହାର କାରଣ ଶରୀରରେ ଅଧିକ ଚାପ ପଡିବା । ଏହି ଦରଜରୁ ରକ୍ଷା ପାଇବା ପାଇଁ କିଛି ଲୋକ ପେନକ୍ଲିୟରର ସାହାରା ନେଇଥାନ୍ତି । କିନ୍ତୁ ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ବାମ୍ ବିଷୟରେ କହିବାକୁ ଯାଉଛୁ । ଯାହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ହେଉଥିବା ସମସ୍ତ ଦରଜ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ବାମ୍ ।
ସାମଗ୍ରୀ: ମହୁସିଠା ୩ ଚାମଚ, ନଡିଆତେଲ ୩ ଚାମଚ, ବଟର ୩ ଚାମଚ, ପେପରମିଂଟ ତେଲ ୨୦ ବୁନ୍ଦା,ଲାଭେଣ୍ଡର ତେଲ ୧୫ ବୁନ୍ଦା ।
ଏହି ବାମ୍ ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମହୁସିଠା, ନଡିଆତେଲ ଏବଂ ବଟରକୁ ସାମାନ୍ୟ ଗରମ କରି ତରଳେଇ ଦେଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ସେଥିରେ ପେପରମିଂଟ ତେଲ ଏବଂ ଲାଭେଣ୍ଡର ତେଲ ପକାଇ ଗୁଳାଇ ଦିଅନ୍ତୁ । ତାପରେ ଏକ ବୋତଲରେ ଭର୍ତ୍ତି କରି ଫ୍ରିଜ୍ ରେ ରଖିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆର୍ୟୁବେଦିକ ବାମ୍ । ଆପଣ ଏହି ବାମ୍ କୁ ଦରଜ ହୋଉଥିବା ସ୍ଥାନରେ ଲଗାଇ ଯନ୍ତ୍ରଣାରୁ ରକ୍ଷା ପାଇ ପାରିବେ ।