ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏହି ଋତୁରେ କେଶରେ ରୂପି, କୁଣ୍ଢେଇ ହେବା ଏବଂ ଝଡିବା ଆଦି ସାଧାରଣ କଥା । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଏବଂ କେମିକାଲର ସାହାରା ନେଇଥାନ୍ତି । କିନ୍ତୁ ଏହାର କୌଣସି ଫରକ ପଡେ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ପରେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ ।
ଲେମ୍ବୁ: ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁ ବହୁତ ଲାଭକାରୀ ହୋଇଥାଏ, କିନ୍ତୁ ଏହାର ବ୍ୟବହାର ସଠିକ୍ ଉପାୟରେ କରିବା ଜରୁରୀ । ନଚେତ୍ ଆପଣଙ୍କ କେଶ ଶୁଖିଲା ହୋଇଯିବ । ସେଥିପାଇଁ ନଡିଆ ତେଲରେ ଲେମ୍ବୁକୁ ଚିପୁଡି ଦିଅନ୍ତୁ, ସେହି ତେଲକୁ କେଶ ମୂଳରେ ଭଲ ଭାବରେ ମସାଜ କରି କିଛି ସମୟ ଛାଡି ଦିଅନ୍ତୁ । ତାପରେ କେଶକୁ ଧୋଇ ଦିଅନ୍ତୁ ।
ଟି ଟ୍ରି ତେଲ: ଟି ଟ୍ରି ତେଲରେ ଆଣ୍ଟିବ୍ୟାକ୍ଟରିଆଲ ଏବଂ ଆଣ୍ଟିଭାଏରାଲ ଗୁଣ ଥାଏ, ଯାହା ରୂପି ସମସ୍ୟାକୁ ମୂଳରୁ ହଟେଇବାରେ ସାହାର୍ଯ୍ୟ କରେ । ଆପଣ ସ୍ୟାମ୍ପରେ କିଛି ବୁନ୍ଦା ଟି ଟ୍ରି ତେଲ ପକାଇ କେଶ ଧୋଇ ପାରିବେ । ଏଭଳି ଚାରି ପାଞ୍ଚ ଥର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।
ମେଥି: ମେଥି ସେବନ ଶରୀରର ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ମେଥିରେ ପ୍ରୋଟିନ ଏବଂ ଆମିନୋ ଏସିଡ୍ ଥାଏ ଯାହା କେଶକୁ ସୁସ୍ଥ ରଖିବା ପାଇଁ ଜରୁରୀ । ଏହା ଦ୍ୱାରା କେଶ ମଜବୁତ ହୋଇଥାଏ । ଫଳରେ କେଶ ମୂଳରେ ରୂପି ହୋଇନଥାନ୍ତି । ମେଥି ସେବନ ବ୍ୟତୀତ ଆପଣ ଏହାର ପ୍ୟାକ୍ ମଧ୍ୟ ଲଗାଇ ପାରିବେ ।
ବେକିଂ ସୋଢା: ବେକିଂ ସୋଢା ବ୍ୟବହାର କଲେ ବି ରୂପି ଦୂର ହୋଇ ପାରିବେ । ପାଣିରେ ବେକିଂ ସୋଢା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ କେଶ ମୂଳରେ ଲଗାନ୍ତୁ । କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ବେକିଂ ସୋଢା କେଶ ମୂଳକୁ ସଫା ରଖିଥାଏ ।
ଲିମ୍ବପତ୍ର: ରୂପି ଦୂର କରିବାରେ ଲିମ୍ବପତ୍ର ଖୁବ୍ ଫାଇଦା ହୋଇଥାଏ । ଲିମ୍ବପତ୍ର ରସକୁ ସ୍ୟାମ୍ପରେ ମିଶାଇ କେଶକୁ ଧୁଅନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ତିନିଥର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।