ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ଖରାପ ବାୟୁ ପ୍ରଦୂଷଣ ଏବଂ ଅଶନ୍ତୁଳିତ ଖାଦ୍ୟ ପାନୀୟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଓଠ କଳା ହୋଇ ଯାଉଛି । ଯାହାଫଳରେ ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟତାରେ ପ୍ରଭାବ ପଡୁଛି । କିଛି ମହିଳା ଅଛନ୍ତି ଯେଉଁମାନେ କଳା ଓଠକୁ ଲୁଚେଇ ରଖିବା ପାଇଁ ସର୍ବଦା ଓଠରେ ଲିପଷ୍ଟିକ୍ ବ୍ୟବହାର କରିଥାନ୍ତି । କିନ୍ତୁ ବାରମ୍ବାର ଓଠରେ ଲିପଷ୍ଟିକ୍ ବ୍ୟବହାର କରିବା ଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ । ସେଥିପାଇଁ ଆମେ ଆପଣଙ୍କୁ ଓଠର କଳାପଣ ଦୂର କରିବା ପାଇଁ କିଛି ସରଳ ଉପାୟ କହିବାକୁ ଯାଉଛୁ ।
– ଯଦି ଆପଣଙ୍କ ଓଠ ଫାଟୁଛି ତେବେ ଆପଣ ଅଲିଭ ତେଲ ରେ ଭ୍ୟାସଲିନ ମିଶାଇ ଓଠରେ ଲଗାନ୍ତୁ । ଦିନକୁ ଏଭଳି ୨ରୁ ୩ ଥର ବ୍ୟବହାର କଲେ ଆପଣଙ୍କ ଓଠ ଫାଟିବା ବନ୍ଦ ହେବା ସହ କଳା ଦାଗ ଦୂର ହୋଇଥାଏ ।
– ଏହାସହିତ ଆପଣ ନିୟମିତ ଓଠରେ ମହୁ ଲଗେଇବା ଦ୍ୱାରା କଳା ଦାଗ ଦୂର ହୋଇଥାଏ ।
– ଯଦି ଆପଣଙ୍କ ଓଠ ବାରମ୍ବାର ଶୁଖି ଯାଉଛି, ତେବେ କିଛି ଖାଇବା କ୍ରିମରେ ହଳଦୀ ଗୁଣ୍ଡ ମିଶାଇ ଓଠରେ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଓଠ କୋମଳ ହେବା ସହ କଳା ଦାଗ ଦୂର ହୋଇଥାଏ ।