ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ କିଛି ରୋଗ ପାଇଁ ଅନେକ ଔଷଧ ଖାଇବା ପରେ ମଧ୍ୟ ସେହି ରୋଗ ଭଲ ହୋଇ ନଥାଏ । ମାତ୍ର ଘରେ ଉପଲବ୍ଧ ଥିବା ସାଧାରଣ ଜିନିଷ ଗମ୍ଭରୀ ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ । ଏହାସହିିତ ଘରେ ଥିବା ତୁଳସୀ ଏବଂ ଘିକୁଆଁରୀ ଗଛ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ । ଏହି ଘରୋଇ ଉପଚାର ବିଷୟରେ ଯୋଗ ଗୁରୁ ରାମଦେବ ବାବା କହିଛନ୍ତି କି ଘରେ ଉପଲବ୍ଧ ଥିବା ଏବଂ ଏହି ଗଛ ଦ୍ୱାରା ଅନେକ ରୋଗ ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା..
ଅଁଳା ଜୁସ୍ ରେ ଏଲୋବେରା ଜୁସ୍ ମିଶାଣ ସକାଳୁ ଗରମ ପାଣି ସହ ପିଇବା ଦ୍ୱାରା ପେଟ ସଫା ହୋଇଥାଏ । ଏହାସହିତ ଶକ୍ତି ମିଳିଥାଏ, କେଶ ଏବଂ ଆଖି ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି ତେବେ ଘିଅରେ ତିଆରି ହୋଇଥିବା ୩ ରୁ ୪ଟି ଜଲେବି ଖାଇବା ସହ ଗୋଟେ ଗ୍ଲାସ ଖୀର ପିଇ ଦିଅନ୍ତୁ । ଏହାବ୍ୟତିତ ଗାଇ ଖୀର ସହିତ ଗୋଟେ ଚାମଚ ବାଦାମ ରୋଗନ ନେବା ଦ୍ୱାରା ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ । ଏହାସହିତ ମାଇଗ୍ରେନ୍ ସମସ୍ୟା ମଧ୍ୟ ଦୂର ହୋଇ ଯିବ ।
ନିମ୍ବ ଏବଂ ତୁଳସୀ ପତ୍ରକୁ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଏହାଦ୍ୱାରା ମଧୁମେୟ ରୋଗ ନିୟନ୍ତ୍ରଣରେ ରହିଥାଏ, ରକ୍ତ ସଫା ହେବା ସହ ଅନେକ ଗମ୍ଭରୀ ସମସ୍ୟା ଦୂର ହୋଇଥାଏ । ନିମ୍ବ ପତ୍ର ଖାଇବା ଦ୍ୱାରା ଶରୀରର ସଂକ୍ରମଣ ବି ଦୂର ହୋଇଥାଏ । ଏହାବ୍ୟତିତ କାକୁଡି , କଲରା , ଟମାଟର ଜୁସ୍ ଆଦି ସେବନ କରିବା ଦ୍ୱାରା ମଧୁମେୟ ରୋଗ ନିୟନ୍ତ୍ରଣରେ ରହିଥାଏ ।
ଏଲୋବେରା ଜୁସ୍ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହେବା ସହ ମେନୋପଜ୍ ରେ ହେବାକୁ ଥିବା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।