ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତ ଦିନେ ପ୍ରାୟତଃ ଅନେକ ଲୋକଙ୍କର କାନ ବିନ୍ଧା ସମସ୍ୟା ଦେଖାଦେଇଥାଏ । କାନ ବିନ୍ଧା ହେବା ଦ୍ୱାରା ମସ୍ତିସ୍କ ଅସ୍ଥିର ହେବା ଯୋଗୁଁ ବ୍ୟତିବ୍ୟସ୍ତ ଲାଗେ । ଅନେକ ଥର ଏହି ବିନ୍ଧା ଅଧିକ ବଢିଯାଇଥାଏ । ଯାହାଫଳରେ ଖାଇବା-ପିଇବା, ବସିବା-ଉଠିବା ଏବଂ ଶୋଇବା ମୁସକିଲ୍ ହୋଇଯାଏ । ଏହି କାନ ବିନ୍ଧା ସାଧାରଣତଃ ଉନଫେକ୍ସନ ପାଇଁ ହୋଇଥାଏ, ଯାହାର ଚିକିତ୍ସା ଆଣ୍ଟିବାୟୋଟିକ୍ ଔଷଧ ଦ୍ୱାରା ସମ୍ଭବ ହୋଇପାରିବ ।
ଯଦି ଏହି ସମସ୍ୟା ଅତ୍ୟଧିକ ଗମ୍ଭୀର ହୋଇନଥାଏ ତେବେ ଆପଣ ଔଷଧ ବଦଳରେ ଘରୋଇ ଉପଚାର ମଧ୍ୟ କରି ପାରିବେ । ତେବେ ଆସନ୍ତୁ ଜାଣିବା..
ଅନ୍ୟ ଦରଜ ପରି କାନ ବିନ୍ଧାକୁ ମଧ୍ୟ ବରଫ କିମ୍ବା ଗରମ ଶେକ ଦ୍ୱାରା କମ କରାଯାଇ ପାରିବ । ସେଥିପାଇଁ ଏକ ସୂତା କପଡାକୁ ଗରମ ପାଣିରେ ଭିଜାଇ ଚିପୁଡି ଦିଅନ୍ତୁ, ଏବଂ ସେହି କପଡାକୁ କାନ ପାଖରେ ରଖନ୍ତୁ । ନଚେତ୍ ଆପଣ ଗରମ ପାଣି ବ୍ୟତିତ ଥଣ୍ଡା ପାଣି ମଧ୍ୟ ବ୍ୟବହାର କରିପାରିବେ । ଯେପରି ପାଣି କାନ ଭିତରକୁ ନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ରସୁଣର ଆଣ୍ଟି- ଇମ୍ଫ୍ଲାମେଟୋରୀ ଗୁଣ ଯୋଗୁଁ ଏହାକୁ କାନ ଦରଜ ଦୂର କରିବା ପାଇଁ ଉପଯୋଗ କରିପାରିବେ । ସେଥିପାଇଁ ଗୋଟେ କୋଲା ରସୁଣକୁ ଛେଚି ଏକ ସୂତା କପଡାରେ ବାନ୍ଧି କାନ ଭିତରେ ରଖି ଦିଅନ୍ତୁ ।