ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ମଣିଷ ପେଶି ହୋଇଯାଉଛି । ସୁସ୍ଥ ଉପାୟରେ ଖାଦ୍ୟ ଗ୍ରହଣ ନକରି ତରବରିଆ ଉପାୟରେ ଖାଦ୍ୟ ଗ୍ରହଣ କରୁଛି । କିନ୍ତୁ ଆପଣମାନେ ଜାଣିଛନ୍ତି ତରବରିଆ ଉପାୟରେ ଖାଦ୍ୟ ଗ୍ରହଣ କରିବା ଶରୀର ପାଇଁ ହାନୀକାରକ ହୋଇଥାଏ । ଏହାଦ୍ୱାରା ପେଟ ଗ୍ୟାସ ଜନୀତ ସମସ୍ୟା ଉପୁଜି ଥାଏ । ଯଦି ଆପଣମାନେ ବି ଏହି ସମସ୍ୟାର ସମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ।
ପାନମଧୁରୀ: ପାନମଧୁରୀ ଚା’ ପିଇବା ଦ୍ୱାରା ତୁରନ୍ତ ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
ଲେମ୍ବୁ ପାଣି: ଗ୍ୟାସ ସମସ୍ୟା ଥିଲେ ପେଟ ଅନେକ ସମୟରେ ଫୁଲିକି ରହିଥାଏ । ଯଦି ଅପଣଙ୍କ ପେଟ ବାରମ୍ବାର ଏଭଳି ଫୁଲିକି ରହୁଛି ତେବେ ନିୟମିତ ସକାଳୁ ଗରମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ।
ତୁଳସୀପତ୍ର: ତୁଳସୀପତ୍ର ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାବ୍ୟତୀତ ଆପଣ ତୁଳସୀପତ୍ର ଚା’ ମଧ୍ୟ ପିଇ ପାରିବେ ।
ଧନିଆପତ୍ର: ଯଦି ଆପଣଙ୍କ ପେଟ ଫୁଲିଛି ତେବେ ଧନିଆପତ୍ର ଚା’ ପିଅନ୍ତୁ । ଏହାଦ୍ୱାରା ପେଟ ଯନ୍ତ୍ରଣା କମ୍ ହେବା ସହିତ ଗ୍ୟାସ ଦୂର ହୋଇଥାଏ ।