ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । ଫଳରେ ସେମାନଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡୁଛି । ସେଥିମଧ୍ୟରୁ ମୁଖ୍ୟ ହେଉଛି ମୁଣ୍ଡ ବ୍ୟଥା । ଏହି ସମସ୍ୟା ସାଧାରଣତଃ ଅଧିକ କାମ, ଥକାପଣ,ଚିନ୍ତା, ଠିକ୍ ସମୟରେ ଭୋଜନ ନକରିବା ଦ୍ୱାରା ଦେଖାଦେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧର ସାହାରା ନେଇଥାନ୍ତି । କିନ୍ତୁ ଏହି ଔଷଧ ଶରୀରରେ ଖରାପ ପ୍ରଭାବ ପକାଇଥାଏ । ପ୍ରକୃତରେ ସୁସ୍ଥ ରହିବାକୁ ହେଲେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ମୁଣ୍ଡ ବ୍ୟଥାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ।
– ୟୁକାଲିପଟାସ ତେଲ: ଯଦି ଆପଣ ଗମ୍ଭୀର ମୁଣ୍ଡ ବ୍ୟଥାରେ ପିଡୀତ ଅଛନ୍ତି ତେବେ ୟୁକାଲିପଟାସ ତେଲକୁ ମୁଣ୍ଡରେ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଖୁବ୍ ଆରମ ମିଳିବ ।
– ଅଦା : ମୁଣ୍ଡ ବ୍ୟଥାରୁ ରକ୍ଷା ପାଇବାକୁ ହେଲେ ଅଦା ଠାରୁ ଭଲ ଜିନିଷ ଆଉ କିଛି ନାହିଁ । ଅଦାକୁ ପାଣିରେ ଫୁଟାଇ ତାର ବାମ୍ଫ ନିଅନ୍ତୁ ।
– ପୁଦିନା ପତ୍ର : ପୁଦିନା ପତ୍ର ରସକୁ ବାହାର କରି ତାକୁ ମୁଣ୍ଡରେ ମାଲିସ କରନ୍ତୁ । ଖୁବ୍ କମ ସମୟ ଭିତରେ ଆରାମ ଅନୁଭବ ହେବ ।
– ଆଇସ୍ ପ୍ୟାକ: ଅଧକପାଳି ମୁଣ୍ଡ ବ୍ୟଥାରେ ଗଳାର ପଛ ପାଶ୍ୱର୍ରେ ଆଇସ୍ ପ୍ୟାକ ରଖନ୍ତୁ ଆରାମ ଲାଗିବ ।
– ଲବଙ୍ଗ : ଲବଙ୍ଗ ଗୁଣ୍ଡ କରି ଏକ କପଡାରେ ବାନ୍ଧି ଶୁଙ୍ଘନ୍ତୁ ଏଭଳି କରିବା ଦ୍ୱାରା ଆରମ ଲାଗିବ ।