ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜଣ୍ଡି ଏକ ସାଧାରଣ ରୋଗ । ମାତ୍ର ଠିକ୍ ସମୟରେ ଏହାର ଚିକିତ୍ସା ନ କଲେ ଏହା ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ଏହି ରୋଗ ଶରୀରରେ ପିତ ରସ ଏବଂ ବିଲିରୁବିନର ମାତ୍ରା ଅଧିକ ହେବା ଯୋଗୁଁ ଦେଖାଦେଇଥାଏ । ଏହାଦ୍ୱାରା ଶରୀରରେ ଯକୃତ ଦୁର୍ବଳ ହୋଇପଡେ । ଆଜି ଆମେ ଆପଣଙ୍କୁ ଜଣ୍ଡିସ ରୋଗରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।
ମୂଳା ରସ: ମୂଳା ଜୁସ୍ ପିଇବା ଦ୍ୱାରା ଜଣ୍ଡିସ ରୋଗ ଖୁବ୍ ଶୀଘ୍ର ଭଲ ହୋଇଯାଏ ।
କଞ୍ଚା ଅମୃତ ଭଣ୍ଡା: ଜଣ୍ଡିସ ରୋଗୀଙ୍କ ପାଇଁ କଞ୍ଚାଭଣ୍ଡା ଖୁବ୍ ଉପକାରୀ ହୋଇଥାଏ । ଚାହିଁଲେ ଆପଣ ଏହାକୁ ଜୁସ୍ କିମ୍ବା ସିଝାଇ ଖାଇପାରିବେ ।
ଟମାଟର ରସ: ଯଦି ଆପଣଙ୍କୁ ଜଣ୍ଡିସ ରୋଗ ହୋଇଛି ତେବେ ଡେରିନକରି ଯଥା ଶୀଘ୍ର ଟମାଟର ରସ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ରୋଗ ଭଲ ହୋଇ ଯାଇଥାଏ ।
ଅଁଳା ଜୁସ୍: ନିୟମିତ ଅଁଳା ଜୁସ୍ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ ।
ଆଖୁ ରସ:ଆଖୁ ରସ ପିଇବା ଦ୍ୱାରା ବହୁତ ଶୀଘ୍ର ଜଣ୍ଡିସ ଭଲ ହୋଇଯାଇଥାଏ ।