ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହିଳାମାନେ ନେଲପଲିସ୍ ଲଗେଇବାରେ ଖୁବ୍ ଶୌକିନ୍ ଥାନ୍ତି । ଅଙ୍ଗୁଳିରେ ଭିନ୍ନ ଭିନ୍ନ ପ୍ରକାରର ନେଲପଲିସ୍ ଲଗାଇଥାନ୍ତି । କିନ୍ତୁ ବେଳେ ବେଳେ ନେଲ ରିମୁଭର ଶେଷ ହୋଇଯିବା ହେତୁ ଅଙ୍ଗୁଳିରୁ ନେଲପଲିସି ଛଡେଇ ହୁଅନି । ସେଥିପାଇଁ ଚିନ୍ତିତ ହୁଅନ୍ତୁନି ଆପଣ ଘରୋଇ ଉପାୟରେ ମଧ୍ୟ ନେଲପଲିସ ଛଡାଇ ପାରିବେ ।
ଡିଓଡ୍ରାଣ୍ଟ: ଆପଣଙ୍କ ନଖ ଉପରେ ଡିଓଡ୍ରାଣ୍ଟ ସ୍ପ୍ରେ କରିବାକୁ ହେବ । ଏହାପରେ ତୁଳା ସାହାଯ୍ୟରେ ନଖକୁ ତୁରନ୍ତ ପୋଛିବାକୁ ପଡିବ । ଡିଓ ଭିତରେ ମଧ୍ୟରେ ରିମୁଭର ଭଳି କମ୍ପୋନେଟ୍ସ ରହିଥାଏ ।
ସ୍ପିରିଟ ବା ରବିଙ୍ଗ ଆଲକୋହଲ: ଆପଣ ଯଦି ରବିଙ୍ଗ ଆଲକୋହଲ ବିଷୟରେ ଜାଣିଥିବେ ତାହାଲେ ଠିକ୍, ନଚେତ୍ ଏହାକୁ ଡକ୍ଟର୍ସ ସ୍ପିରିଟ ମଧ୍ୟ କୁହାଯାଇଥାଏ । ଏହାଦ୍ୱାରା ସହଜରେ ନେଲପେଣ୍ଟ ଛାଡିଯାଏ । ଏହା ରିମୁଭର ଭଳି କାମ କରିଥାଏ । ସେହିପରି ଯଦି ଆପଣଙ୍କ ନଖରେ କୌଣସି ପ୍ରକାରର ଇଂଫେକ୍ସନ ହୋଇଥିବ ତେବେ ଏହା ଏକ ବେଷ୍ଟ ସବସିଚ୍ୟୁଟ୍ ।
ନେଲ ପେଣ୍ଟ: ନେଲ ପେଣ୍ଟ ହିଁ ନେଲ ପେଣ୍ଟକୁ ଛଡାଇବାର ସବୁଠାରୁ ସହଜ ଉପାୟ । ଏଥିପାଇଁ ଆପଣ ଆପଣଙ୍କ ନଖରେ ଲଗା ହୋଇଥିବା ପୁରୁଣା ନେଲ ପେଣ୍ଟ ଉପରେ ଗୋଟେ କୋର୍ଟ ନେଲ ପେଣ୍ଟ ଲଗେଇ ଦିଅନ୍ତୁ । ଏହାପରେ ତୁରନ୍ତ ତୁଳା ସାହାଯ୍ୟରେ ପୋଛି ଦିଅନ୍ତୁ ।
ଲେମ୍ବୁ ଏବଂ ଭିନେଗାର: ଆପଣ ସମାନ ମାତ୍ରାରେ ଲେମ୍ବୁ ରସ ଏବଂ ଆପେଲ ସାଇଡର ଭିନେଗାର ମିଶାଇ ଦିଅନ୍ତୁ । ଏହାପରେ ଉଷୁମ ପାଣିରେ ହାତକୁ ବୁଡାଇ ରଖନ୍ତୁ ଏବଂ କିଛି ସମୟ ପରେ ଲେମ୍ବ ଆଉ ଭିନେଗାର ରସକୁ ତୁଳରେ ନେଇ ନଖକୁ ପୋଛନ୍ତୁ । ଏହାପରେ ଆପଣଙ୍କ ନେଲପେଣ୍ଟ ଛାଡିଯିବ ।