ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେ ମହିଳା ହୁଅନ୍ତୁ ଅବା ପୁରୁଷ, ଯଦି ଆଖି ତଳ କଳା ଦାଗ ପଡେ ତେବେ ପୁରା ସୌନ୍ଦର୍ଯ୍ୟ ବିଗିଡି ଯାଏ । ବ୍ୟକ୍ତି ରୋଗଣା ଦେଖା ଯାଆନ୍ତି । ଯଦି ଆପଣଙ୍କର ଆଖି ତଳ କଳା ଦାଗ ସମସ୍ୟା ଥାଏ ତେବେ ଦୁଇ ଦିନରେ ଘରୋଇ ଉପଚାର କରି କାଳ ଦାଗ ହଟାଇ ପାରିବେ ।
ଘରୋଇ ଉପଚଚାର:
ପ୍ରଥମେ ଏକ ପାତ୍ରରେ ଆଲୋବେରା ଜେଲ ନିଅନ୍ତୁ । ଏହାପରେ ତୁଳା ସାହାଯ୍ୟରେ ଆଲୋବେରା ଜେଲକୁ ଅଖି ତଳେ ଲଗାନ୍ତୁ । ଏହି ସମୟରେ ଧ୍ୟାନ ରଖିଥିବେ କି ହାତ ଜରିଆରେ ଯେପରି ଆଖି ଉପରେ ଅଧିକ ଚାପ ନପଡେ । ପାଖାପାଖି ୧୦ ରୁ ୧୫ ମିନିଟ ପରେ ଜେଲ୍ କୁ ଓଦା ଟାଉଲରେ ପୋଛି ନିଅନ୍ତୁ । ଏହିଭଳି ଦିନକୁ ୨ ଥର କରନ୍ତୁ । ଦେଖିବେ ଏଥିରେ ଫରକ ଦେଖାଯିବ ।
ହଳଦୀ ଓ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଆଖି ତଳ କଳା ଦାଗ ଉପରେ ଲଗାନ୍ତୁ । ଏହି ଉପାୟ ଦିନକୁ ଦୁଇ ଥର କରନ୍ତୁ । ଧୀରେ ଧୀରେ କଳା ଦାଗ ଦୂର ହୋଇଯିବ ।
ଗରମ ପାଣିରେ ଗ୍ରୀନ ଟି ବ୍ୟାଗ ପକାନ୍ତୁ । କିଛି ସମୟ ପରେ ଗ୍ରୀନ ଟି ବ୍ୟାଗକୁ ପାଣିରୁ ବାହାର କର ଫ୍ରିଜ ରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ । ବ୍ୟାଗ ଥଣ୍ଡା ହୋଇଗଲେ କଳା ଦାଗ ଉପରେ ରଖନ୍ତୁ । ଏହାଦ୍ୱାରା କଳା ଦାଗ ଦୂର ହୋଇଯିବ ।