(ଏଟିଆର ବ୍ୟୁରୋ): ସର୍ବଦା ଖାଦ୍ୟ ପ୍ରସ୍ତୁତ କଲା ବେଳେ କଞ୍ଚା ଲଙ୍କା କାଟିବାକୁ ପଡିଥାଏ । ଅନେକ ଥର ଲଙ୍କା କାଟିବା ପରେ ହାତ ଜଳା ପୋଡା ହୋଇଥାଏ । ସାବୁନରେ ହାତ ଧୋଇବା ପରେ ବି ହାତ ଜଳା ପୋଡା କମିନଥାଏ । କେବଳ ଏତିକି ନୁହେଁ ସେହି ହାତ ଯଦି ଆପଣଙ୍କ ଆଖିରେ ବାଜି ଯାଏଁ ତେବେ ଆଖି ବି ଜଳା ପୋଡା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣାଇବା ଦ୍ୱାରା ଜଳାପୋଡାରୁ ଆରାମ ମିଳିବ ।
ଲଙ୍କା କାଟିବା ପରେ ଯଦି ଆପଣଙ୍କ ହାତ ପୋଡା ହୁଏ ତେବେ ଆପଣ ଅଟା ଚକୁଟି ପାରିବେ ଏଭଳି ୫ ରୁ ୭ ମିନିଟ କରିବା ଦ୍ୱାରା ଜଳା ପୋଡାରୁ ଆରାମ ମିଳିବ ।
ସେହିପରି ଳଙ୍କା କାଟିବା ପରେ ହାତ ଜଳା ପୋଡାରୁ ରକ୍ଷା ପାଇବା ପାଇଁ ଏଲୋବେରା ଜେଲ ଲଗାଇ ପାରିବେ । ହାତରେ ଆଲୋବେରା ଜେଲ ଲଗାଇ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ମସାଜ କରିବା ଦ୍ୱାରା ଆରାମ ଲାଗିଥାଏ ।
ଅନ୍ୟପଟେ ହାତ ଜଳା ପୋଡା ଦୂର କରିବା ପାଇଁ ହାତରେ ଥଣ୍ଡା ତେଲ, ଥଣ୍ଡା ଦହି ମସାଜ କରିପାରିବେ । ଏହାସହିତ ଲଙ୍କା କାଟିବା ବେଳେ ଆପଣ ହାତରେ ଗ୍ଲୋବ୍ସ ବ୍ୟବହାର କରିପାରିବେ ।