ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ଛୁଆଙ୍କ ଶାରିରୀକ ବିକାଶ ପାଇଁ ମାତା-ପିତାମାନେ ଛୁଆଙ୍କୁ ପୋଷକ ପଦାର୍ଥ ଖାଇବାକୁ ଦେଇଥାନ୍ତି । ମାତ୍ର ଛୋଟ ଛୁଆଙ୍କ ମାମଲାରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଅନେକ ଲୋକ ଛୋଟ ଛୁଆକୁ ଖାଇବାରେ ମହୁ ଖାଇବା ପାଇଁ ଦେଇଥାନ୍ତି । କିନ୍ତୁ ଛୋଟ ଛୁଆଙ୍କୁ ମହୁ ଖାଇବାକୁ ଦେବା କେତେ ଦୂର ଠିକ୍? ବିଶେଷଜ୍ଞଙ୍କ କହିବାନୁଯାୟୀ , ଛୋଟ ଛୁଆଙ୍କୁ ମହୁ ଦେବାର ମାନେ ଏହା ତାଙ୍କ ସ୍ୱାସ୍ଥ୍ୟରେ ଖେଳିବା ସହ ସମାନ ।
ପ୍ରକୃତରେ ମହୁରେ କ୍ଲୋଷ୍ଟିଡୟମ ବୋଟୁଲିନମ ନାମକ ଏକ ଜୀବାଣୁ ରହିଥାଏ । ଯାହା ଛୋଟ ଛୁଆଙ୍କ ଶରୀର ପାଇଁ ଖୁବ୍ ବିପଦ । ଏହି ଜୀବାଣୁ ଯୋଗୁଁ ଛୋଟ ଛୁଆଙ୍କ ଫୁଡ୍ ପଏଜନିଙ୍ଗ୍ ହୋଇପାରେ । ମହୁ ଖାଇବାର ୮ ରୁ ୩୬ ଘଣ୍ଟା ମଧ୍ୟରେ ଛୋଟ ଛୁଆଙ୍କ ଶରୀରରେ ଆପଣ ଏହାର ପ୍ରଭାବ ଦେଖି ପାରିବେ । କେବଳ ଏତିକି ନୁହେଁ ମହୁ କିମ୍ବା ଚିନି ଯୋଗୁଁ ଛୋଟ ଛୁଆଙ୍କ ଦାନ୍ତ ଉଠିବାରେ ସମସ୍ୟା ଉପୁଜିଥାଏ । ଚିକିତ୍ସକଙ୍କ ଅନୁଯାୟୀ ୧୨ ମାସ ପରେ ଛୁଆଙ୍କୁ ମହୁ ଖାଇବାକୁ ଦେବା ଉଚିତ୍ ।