ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଶୁଣିବାକୁ ମିଳିଥିଲା ଯେ ଛତୁ ଖାଇବା ପରେ ୮୦୦ ଲୋକଙ୍କ ଶରୀରରେ ବିଷ ବ୍ୟାପି ଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଛତୁ ର ବିଷକୁ ମାୟାସିଟିଜମ୍ କୁହାଯାଇଥାଏ । ଆପଣମାନେ ଯେଉଁ ଛତୁ ବଜାରରୁ କିଣୁଛନ୍ତି ତାହା ବିଷାକ୍ତ କି ନାହିଁ, ତାହାକୁ ଆପଣ ଏହି ଉପାୟରେ ଜାଣି ପାରିବେ ।
– ଛତୁ କିଣିବା ବେଳେ ସର୍ବଦା ଧ୍ୟାନ ରଖୁଥିବେ ଯେ ଛତୁଟି ଯେଭଳି ତାଜା ଏବଂ ନରମ ଥିବ । ଏହାସହିତ ନଜର ରଖିଥିବେ ଯେ ଏହି ଛତୁରେ ଯେଭଳି ପୋକ ନ ଲାଗି ଥିବ ।
– ଏହାସହିତ କିଛି ଛତୁରୁ ମିଠା ବାସ୍ନା ଆସୁଥାଏ , ସେଭଳି ଛତୁକୁ ବିଲକୁଲ କିଣନ୍ତୁ ନାହିଁ । ଏବଂ ଛୋଟ ଛୋଟ ଧୁସର ରଙ୍ଗର ଛତୁ ବି କଦାପି କିଣନ୍ତୁ ନାହିଁ ।
– ଯେଉଁ ଛତୁ ଛତା ଆକାରର ହୋଇଥିବ ତାହାର ରଙ୍ଗ ଧଳା ରଙ୍ଗର ହୋଇଥିବ ତାହାକୁ ଏମାନିଟା ଛତୁ କୁହାଯାଏ । ଏହି ଛତୁରେ ବିଷ ଥିବାର ଆଶଙ୍କା ଅଧିକ ଥାଏ । ଏହି ଛତୁ ଯେତେ ବଢି ବଢି ଯିବ ତାହାର ରଙ୍ଗ ଧୂସର ହୋଇଯିବ । ଗୋଛା ହୋଇଥିବା ଛତୁ ବିଲକୁଲ କିଣନ୍ତୁ ନାହିଁ, ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ଏବଂ ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ ।