ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ଛୋଟ ପିଲା ଯେବେ ବଡ ହୋଇ ଯାଆନ୍ତି , ସେତେବେଳେ ସେମାନଙ୍କ ମଧ୍ୟରେ କୌଣସି ଜିନିଷକୁ ନେଇ ଜିଜ୍ଞାସା ବଢିବାରେ ଲାଗିଥାଏ । ସେହି ସମୟରେ ଛୋଟ ପିଲାମାନଙ୍କୁ ସଠିକ୍ ରାସ୍ତାରେ ନେବାର ଦାୟିତ୍ୱ ବଡମାନଙ୍କ ରହିବା ଉଚିତ୍ । ପ୍ରାୟତଃ ଅନେକ ସମୟରେ ଦେଖିବାକୁ ମିଳେ ଯେ ଛୋଟ ପିଲା ମାନେ ନିଶା ଦ୍ରବ୍ୟର ଅଭ୍ୟସ୍ତ ହୋଇ ଯାଇଥାନ୍ତି । ସାଧାରଣ ଛୋଟ ପିଲାମାନେ ନିଶାଦ୍ରବ୍ୟ ବ୍ୟବହାର ବଡ ମାନଙ୍କ ଠାରୁ ଦେଖିକି ଆରମ୍ଭ କରିଥାନ୍ତି । ତା’ପରେ ଏହା ସେମାନଙ୍କର ଅଭ୍ୟସ୍ତରେ ପରିଣତ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଛୋଟ ପିଲା ନିଶା ଦ୍ରବ୍ୟ ଖାଉଛନ୍ତି କି ନାହିଁ ତାହା କିଭଳି ପତା ଲାଗାଇବେ ।
ଆପଣ ଆପଣଙ୍କ ପିଲାଙ୍କ ଉପରେ ଅତ୍ୟନ୍ତ ବିଶ୍ୱାସ ରଖିପାରନ୍ତି । କିନ୍ତୁ ଯଦି ପିଲାମାନେ ଘର ଠାରୁ ବାହାରେ ୬ ରୁ ୭ ଘଂଟା ରୁହନ୍ତି । ତେବେ ସେମାନେ ଖରାପ ସଙ୍ଗତରେ ପଡିପାରନ୍ତି । ଏହାଦ୍ୱାରା ପିଲାମାନଙ୍କ ଲକ୍ଷଣରେ ଧୀରେ ଧୀରେ ପରିବର୍ତ୍ତନ ଆସିଥାଏ ।
ଯଦି ହଠାତ୍ ପିଲାମାନେ ମାଉଥ ଫ୍ରେସନର(ସେଂଟର ଫ୍ରେଶ,ପାନମଧୁରୀ,ଗୁଜୁରାତି) ଆଦି ଖାଇକି ଘରକୁ ଆସିଥାନ୍ତି, ତେବେ ଏହାର ଅର୍ଥ ହୋଇପାରେ କି ସେମାନେ ସିଗାରେଟ, ମଦ ଆଦି ପିିଇବା ପରେ ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଏହି ମାଉଥ ଫ୍ରେସନର ବ୍ୟବହାର କରିଥାନ୍ତି ।
ଯଦି କୌଣସି ପିଲା ଘରେ ନ ଜଣାଇ ହଠାତ ବହାରକୁ ପଳେଇବା । ଏହା ବି ନିଶା ଦ୍ରବ୍ୟା ଅଭ୍ୟସ୍ତ ହୋଇପାରେ ।
ଅନ୍ୟ ଜଣଙ୍କ ସହ ଦୂରରୁ କଥା ହେବା ଏହାର ଅର୍ଥ ବି ମୁହଁର ଦୁର୍ଗନ୍ଧକୁ ଲୁଚାଇବା ହୋଇଥାଏ । ରାତିରେ ସାଙ୍ଗ ସାଥୀଙ୍କ ଘରେ ରହିବା ଏହାର କାରଣ ବି ନିଶା ଦ୍ରବ୍ୟ ହୋଇଥାଏ ।
ପିଲାମାନେ ସେମାନଙ୍କ ସ୍କୁଲ, କଲେଜ ଏବଂ କୋଚିଂ କ୍ଲାସରୁ ଛୁଟି ହୋଇ ସଠିକ୍ ସମୟରେ ଘରେ ନପହଁଚିବା ବି ନିଶା ଦ୍ରବ୍ୟର ଆଶକ୍ତି ହୋଇ ପାରନ୍ତି ।
ଯଦି ଆପଣଙ୍କ ପିଲାମାନଙ୍କ ମଧ୍ୟରେ ଏଭଳି ଲକ୍ଷଣ ଦେଖା ଦେଉଚି । ତେବେ ସେଥିପାଇଁ ତାଙ୍କ ଉପରେ ବିରକ୍ତି ନହୋଇ ସେମାନଙ୍କୁ କିଭଳି ଏହି ଅଭ୍ୟାସଠାରୁ ଦୂରେଇ ରଖିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କ ଉପରେ ବିରକ୍ତି ହେବା ଦ୍ୱାରା ସେମାନେ ଆହୁରି ଚାଲାକ ହୋଇ ଯାଆନ୍ତି । ସେଥିପାଇଁ ସର୍ବଦା ପିଲାମାନଙ୍କ ଉପରେ ନଜର ରଖିବା ଉଚିତ୍ । ଯାହାଫଳରେ ସେମାନଙ୍କ ଭିତରେ ଭୟ ରହିଥାଏ । ଯଦି ଆପଣଙ୍କ ପିଲା ହଷ୍ଟେଲରେ ରହୁଛନ୍ତି, ତେବେ ଆପଣ ହଠାତ୍ ଯାଇ ସେଠାରେ ପହଁଚିବା ଏବଂ ପିଲା କ’ଣ କରୁଛନ୍ତି ସେ ଉପରେ ନଜର ପକାଇବା ଆଦି ।