ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାଇଡ୍ରୋସେଫଲସ୍ ଏକ ମାରାତ୍ମକ ରୋଗ । ଯାହାଦ୍ୱାରା ରୋଗୀର ମସ୍ତିଷ୍କରେ ଲିକ୍ୟୁଡି ଭରିବା ଆରମ୍ଭ ହୋଇଥାଏ । ଯେଉଁଥି ପାଇଁ ମୁଣ୍ଡା ଆକାର ଅଧିକ ମାତ୍ରାରେ ବଢିଯାଇଥାଏ । ଏହି ରୋଗ ସାଧାରଣତଃ ଛୋଟ ପିଲାଙ୍କଠାରେ ଦେଖାଯାଇଥାଏ । ଏହାକୁ ଜଳଶୀର୍ଷ ବୋଲି ମଧ୍ୟ କୁହାଯାଇଥାଏ ।
ଏହି ରୋଗ ଦ୍ୱାରା ରୋଗୀର ଜୀବନ ବି ଚାଲି ଯାଇପାରେ । କାରଣ ମସ୍ତିସ୍କରେ ଅଧିକ ମାତ୍ରାରେ ଲିକ୍ୟୁଡି ଭରିଯିବା ଦ୍ୱାରା ମସ୍ତିସ୍କକୁ କ୍ଷତି ପହଁଚି ଥାଏ । ଏହାସହିତ ଅନେକ ସମୟରେ ଶୀରା ଫାଟିଯାଇ ମୁଣ୍ଡ ଭିତରେ ରକ୍ତ ବୋହିଥାଏ । ତେବେ ଆଜି ଆମେ ଏହି ରୋଗର କାରଣ ଏବଂ ଲକ୍ଷଣ ବିଷୟରେ କହିବାକୁ ଚାହୁଁଛୁ ।
ଆମ ସମସ୍ତଙ୍କ ମସ୍ତିସ୍କରେ ଏକ ବିଶେଷ ପ୍ରକାରର ଲିକ୍ୟୁଡି ଭରି ହୋଇ ରହିଛି, ଯାହାକୁ ସେରେବ୍ରୋସ୍ପାଇନଲ ଫ୍ଲୁଇଡ ବୋଲି କୁହାଯାଇଥାଏ । ଏହି ଲିକ୍ୟୁଡି ଏଥିପାଇଁ ଜରୁରୀ କାରଣ ଏହା ମସ୍ତିସ୍କକୁ ଆଘାତ ଲାଗିବାରେ ବଞ୍ଚାଇ ଥାଏ ।
ଯେତେବେଳେ ଏହି ସେରେବ୍ରୋସ୍ପାଇନଲ ଫ୍ଲୁଇଡ ମସ୍ତିସ୍କରେ ଆବଶ୍ୟକତା ଠାରୁ ଅଧିକ ଭରିଯାଏ ତେବେ ମସ୍ତିସ୍କ ଧୀରେ ଧୀରେ ଫୁଲିବା ଆରମ୍ଭ ହୁଏ । ଅଧିକ ଫୁଲିଯିବା ଦ୍ୱାରା ମସ୍ତିସ୍କ ଅଧିକ ମାତ୍ରାରେ ବଡ ଦେଖାଯାଇଥାଏ । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ।
ଛାଟ ପିଲାଙ୍କୁ ହାଇଡ୍ରୋସେଫଲସ ରୋଗର ଅଧିକ ବିପଦ ଥାଏ । କାରଣ ଛୋଟ ପିଲାଙ୍କ ମୁଣ୍ଡର ଖପୁରୀରେ ହାଡ ଭଲ ଭାବେ ଯୋଡି ହୋଇନଥାଏ ଏବଂ ମସ୍ତିସ୍କ ବିକାଶ ହେଉଥାଏ । ଅନେକ ଶିଶୁଙ୍କ ଜନ୍ମ ସମୟରେ ଏହି ରୋଗ ଦେଖାଯାଇଥାଏ । ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା ନକରନ୍ତି ତେବେ ଶିଶୁଙ୍କ ମସ୍ତିସ୍କ ସ୍ଥାୟୀ ଭାବେ କ୍ଷତି ହୋଇଥାଏ ।
ଗୋଟେ ବର୍ଷର ଛୁଆର ମସ୍ତିସ୍କ ଅଚାନକ୍ ବଢିବା ଏହି ରୋଗର ମୂଳ ଲକ୍ଷଣ ହୋଇଥାଏ । ଏହାବ୍ୟତୀତ ବାନ୍ତି ହେବା, ଅଧିକ ଶୋଇବା, ଚିଡଚିଡା ହେବା ଏବଂ ଉପରକୁ ନ ଦେଖିପାରିବା ଆଦି ହାଇଡ୍ରୋସେଫଳସର ଲକ୍ଷଣ ।
ସର୍ଜରୀ ଦ୍ୱାରା ମସ୍ତିସ୍କରରେ ଥିବା ପାଣିକୁ ଶରୀରର ଅନ୍ୟ ଅଙ୍ଗରୁ ଟ୍ୟୁବ୍ ସାହାର୍ଯ୍ୟରେ ପଠାଯାଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ପେଟ ଭିତରେ ପାଣି ପଠାଇବା ଏକ ସର୍ବାଧିକ ପ୍ରମୁ୍ଖ ଉପାୟ, କିନ୍ତୁ ଏହି ଅପରେଶନ୍ ଦ୍ୱାରା ଅନେକ କ୍ଷତି ପହଁଚିପାରିଥାଏ । ଯେଭଳି ଟ୍ୟୁବ୍ ରେ ସଂକ୍ରମଣ ହେବା, ଟ୍ୟୁବ୍ କୁ ଅପର୍ଯ୍ୟାତ ରୂପରେ ବ୍ୟବହାର କରିବା, ଶରୀର ହିସାବରେ ନଳୀ ଛୋଟ ହୋଇଯିବା, ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିବା ଏବଂ ପେଟ ସମ୍ବନ୍ଧିତ ସମସ୍ୟା ହେବା ।