ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଋତୁରେ ଭିନ୍ନ ଭିନ୍ନ ପ୍ରକାରର ସବୁଜ ପନିପରିବା ବଜାରରେ ଉପଲବ୍ଧ ଥାଏ । ଆପଣମାନେ ସମସ୍ତ ଜାଣିଥିବେ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍ ଉପଯୋଗୀ । ସେହି ପନିପରିବା ମଧ୍ୟରୁ ଫୁଲକୋବି ଅନ୍ୟତମ । କିନ୍ତୁ ଏହି ଫୁଲକୋବି କିଛି ଲୋକଙ୍କ ପାଇଁ ବିଷରେ ପରିଣତ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିଲକୁଲ୍ ଫୁଲକୋବି ଖାଇବା କଥା ନୁହେଁ ।
ସୁଗାର, କିଡନୀ ଏବଂ ହୃଦରୋଗୀଙ୍କ ପାଇଁ ଫୁଲକୋବି କୌଣସି ବିଷଠାରୁ କମ୍ ନୁହେଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ସୁଗାର କିଡନୀ ଏବଂ ହୃଦରୋଗରେ ପିଡୀତ ଥିବା ବ୍ୟକ୍ତି ଯଦି ଫୁଲକୋବି ସେବନ କରୁଛନ୍ତି ତେବେ ତାଙ୍କ ରୋଗ ଅଧିକ ବଢିଯାଇଥାଏ । ଯଦି ଆପଣ ଚର୍ମରୋଗ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଭୁଲ୍ ରେ ବି କୋବି ଖାଆନ୍ତୁ ନାହିଁ । ଏହାଦ୍ୱାରା ସମସ୍ୟା ଗମ୍ଭୀର ହୋଇଯାଇପାରେ ।