ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ବିଶ୍ୱରେ କରୋନର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି । ସେହିପରି ଏହି ଭାଇରସରୁ ନିଜକୁ ରକ୍ଷା କରିବା ସବୁଠାରୁ ଜରୁରୀ ହୋଇପଡିଛି । ସେଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ଷ୍ଟ୍ରଙ୍ଗ କରିବାକୁ ହେବ । ଯେଉଁଥି ପାଇଁ ବୈଜ୍ଞାନିକମାନେ କିଛି ଗୁରୁତ୍ୱପୂର୍ଣ୍ଣ ଫଳ ବିଷୟରେ କହିଛନ୍ତି । ଯାହା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ରକ୍ଷା କରିବାରେ ଲାଭଦାୟକ ହେବ ଏବଂ ଇମ୍ୟୁନ ସିଷ୍ଟମ ବି ଷ୍ଟ୍ରଙ୍ଗ ହେବ ।
ହେଲ୍ଥ ଏକ୍ସପର୍ଟଙ୍କ ମତରେ ଶୀତଦିନେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ସେଥିପାଇଁ କରୋନା ଭାଇରସ ଏବଂ ଅନ୍ୟ ରୋଗର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପିଜୁଳି, ନାସପାତି, କମଳା, ସେଓ, ମୌସମ୍ବି, ଡାଳିମ୍ବ, ଅମୃତଭଣ୍ଡା ଏବଂ ପ୍ଲମ ଆଦି ସେବନ କରିବା ନିହାତି ଜରୁରୀ ।
ଏହି ସବୁ ଫଳ ଗୁଡିକରେ ଭିଟାମିନ୍ ଇ, ସି, କେ, ଆଣ୍ଟିଅକ୍ସିଡେଣ୍ଟ, କ୍ୟାଲସିୟମ, ଫାଇବର ଏବଂ ପ୍ରୋଟିନ ଆଦି ଅନେକ ଗୁଣ ରହିଛି । ଏହା ଆପଣଙ୍କ ଶରୀରକୁ ମଜବୁତ କରିବା ସହିତ ମାନସିକ ରୂପେ ସୁସ୍ଥତା ଅନୁଭବ କରିବେ । ଏହାଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳିବା ସହିତ ମସ୍ତିସ୍କ ଦ୍ରୂତ ଗତିରେ କାମ କରିବ । ସେହିପରି ଏହି ସବୁ ଫଳ ଦ୍ୱାରା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ପୋଷଣ ମିଳେ ଏବଂ ଇମ୍ୟୁନ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ ।