ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ତାପ ବଢିବାରେ ଲାଗିଛି । ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି । ସେ ଯାହା ହେଉ ନା କାହିଁକି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିବ । ଖରାଦିନ ଆସିଲା ମାତ୍ରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ସିଧାସଳଖ ପାଚନକ୍ରିୟାରେ ଦେଖାଯାଏ । ସେଥିପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ ।
ଏହାବ୍ୟତୀତ ଖରାଦିନେ ଅଧିକ ମାତ୍ରାରେ ଶୋଷ ଲାଗିଥାଏ । ସେଥିପାଇଁ କେଉଁ ପ୍ରକାରର ଥଣ୍ଡା ପାନୀୟ ରସ ଶରୀର ପାଇଁ ଲାଭଦାୟକ ହେବ ଆସନ୍ତୁ ଜାଣିବା ।
ଗୁଲ୍କନ୍ଦ: ଗୋଲାପ ଫୁଲରୁ ତିଆରି ହୋଇଥାଏ ଗୁଲ୍କନ୍ଦ । ଏହାକୁ ଖରାଦିନେ ପିଇଲେ ପେଟ ଥଣ୍ଡା ରହିବା ସହ ଏହା ଝାଡା ବାନ୍ତି ହେବାରୁ ରକ୍ଷା କରିଥାଏ । ଏବଂ ତ୍ୱଚା ସତେଜ ରଖେ । ଗୁଲ୍କନ୍ଦରେ ଭିଟାମିନ ସି,ଈ,ଏବଂ ବି ମିଳିଥାଏ । ଏଥିରେ ଆଣ୍ଟିଅକ୍ସିଡେଂଟ ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ପ୍ରତିରୋଧ କ୍ଷମାତା ବଢାଇ ଥାଏ ।
ପଇଡ ପାଣି: ପଇଡ ପାଣିରେ ଅନେକ ଭିଟାମିନ୍ ଏବଂ ମିନେରାଲ ରହିଥାଏ । ଏହାକୁ ଖରାଦିନେ ପିଇଲେ ପରିଶ୍ରା ପୋଡା,ଝାଡା ବାନ୍ତି ଏଭଳି ଅନେକ ରୋଗ ଦୂର ହୋଇଥାଏ ।
କାକୁଡି: ଖରାଦିନେ କାକୁଡି ଶରୀର ପାଇଁ ଖୁବ୍ ଲାଭଦାୟକ । ଏଥିରେ ଥିବା ଭିଟାମିନ୍ ଏ, ବି୧, ବ୬, ସି, ଡି, ପୋଟାସିୟମ, ଫସ୍ଫରସ୍, ଆୟରନ ଆଦି ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।
ଲେମ୍ବୁ ପାଣି: ଶରୀର ଜଳାପୋଡା,ଝାଡାବାନ୍ତି,ସନଷ୍ଟ୍ରୋକ ହେବାରୁ ରକ୍ଷା କରିଥାଏ ଲେମ୍ବୁ ପାଣି ।
ଦହି: ଖରାଦିନେ ସକାଳ,ଦ୍ୱିପ୍ରହର ଏବଂ ସଂନ୍ଧ୍ୟାରେ ଦହି ଖାଇବା ଉଚିତ୍ । ଏହାଦ୍ୱାରା ଶରୀରରେ ଥଣ୍ଡା ଅନୁଭବ ହୋଇଥାଏ । ଦହିରେ ଭିଟାମିନସ୍, ପ୍ରୋଭିଟାମିନ୍ସ ଭରପୁର ମାତ୍ରାରେ ଥିବା ଯୋଗେ ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଭଲ ରଖିଥାଏ ।
ତରଭୁଜ: ଖରାଦିନେ ତରଭୁଜ ଖାଇଲେ ଏହା ଶରୀରର ଜଳୀୟ ଅଂଶକୁ ଠିକ୍ ରଖିଥାଏ । ଏଥିରେ ସୋଡିୟମ, ପୋଟାସିୟମ ଏବଂ ଭିଟାମିନ ବି ଭରପୁର ମାତ୍ରାରେ ଥାଏ ।
ଅଂଳା: ଶରୀରକୁ ସତେଜ ରଖିବାରେ ସାହାର୍ଯ୍ୟ କରେ ଅଂଳା । ସୂର୍ଯ୍ୟକିରଣରୁ ରକ୍ଷା କରିବା ସହିତ ବ୍ୟାୟମ ପାଇଁ ଅଧିକ ଶକ୍ତି ଦେଇଥାଏ । ଏହାର ପାଉଡର,ଫଳ, ଜୁସ ଆଦି ଆପଣ ବ୍ୟବହାର କରିପାରିବେ ।
ପାନ ମଧୁରୀ: ଏହାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ ।