ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଅଛନ୍ତି ଯେଉଁମାନେ ଦୂର ସ୍ଥାନକୁ ହେଉ ଅବା ପାଖ ସ୍ଥାନକୁ, କାର୍ ରେ ଯାତ୍ରା କଲା ବେଳେ ସେମାନେ ବାନ୍ତି କରିଥାନ୍ତି । ଯାହାଫଳରେ ତାଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । ଭଲ ଭାବରେ ଯାତ୍ରାକୁ ଉପଭୋଗ କରି ପାରନ୍ତି ନାହିଁ । ଆପଣମାନେ ଏଭଳି ସମସ୍ୟାର ସମୁଖୀନ ହେଉଛନ୍ତି କି? ତେବେ ଆସନ୍ତୁ ଜାଣିବା ଏଭଳି କିଛି ଘରୋଇ ଉପଚାର ବିଷୟରେ ଯାହାଦ୍ୱାରା ଯାତ୍ରା କରିବା ସମୟରେ ବାନ୍ତି ହେବାରୁ ରକ୍ଷା ପାଇପାରିବେ ।
– ଲେମ୍ବୁ: ଯେତେବେଳେ ଆପଣ ଘରୁ ବାହାରକୁ ବାହରୁଛନ୍ତି ସାଥୀରେ ଏକ ପାଚିଲା ଲେମ୍ବୁ ନେଇ ବାହାରନ୍ତୁ । ବାନ୍ତି ଆସିଲା ମାତ୍ରେ ସେହି ଲେମ୍ବୁକୁ ଶୁଙ୍ଘି ନିଅନ୍ତୁ । ଏଭଳି କରିବା ଦ୍ୱାରା ବାନ୍ତି ହୋଇନଥାଏ ।
– ଲବଙ୍ଗ: କିଛି ଲବଙ୍ଗକୁ ଭାଜିକି ତାକୁ ଗୁଣ୍ଡ କରି ଏକ ଡବାରେ ଭର୍ତ୍ତି କରି ରଖନ୍ତୁ । ଯଦି ଯାତ୍ରା କଲାବେଳେ ବାନ୍ତି ଲାଗେ ତେବେ ଚିମୁଟାଏ ଲବଙ୍ଗ ଗୁଣ୍ଡରେ ସାମାନ୍ୟ ଲୁଣ ମିଶାଇ ପାଟିରେ ପକାଇ ଦିଅନ୍ତୁ । ନଚେତ୍ ଆପଣ କିଛି ତୁଳସୀ ପତ୍ର ମଧ୍ୟ ସେବନ କରିପାରିବେ ।
– ଲେମ୍ବୁ ଏବଂ ପୁଦିନା ରସ: ଯାତ୍ରା କଲାବେଳେ ସାଙ୍ଗରେ ଲେମ୍ବୁ ଜୁସ୍ କିମ୍ବା ପୁଦିନା ଜୁସ୍ ନେଇକି ଯାଆନ୍ତୁ ।
– ଗୁଜୁରାତି: ଲବଙ୍ଗ ଭଳି ଗୁଜୁରାତି ଖାଇଲେ ମଧ୍ୟ ଖୁବ୍ ଶୀଘ୍ର ବାନ୍ତିରୁ ରଖା ମିଳିଥାଏ ।
– ଗୋଲମରିଚ ଏବଂ କଳାଲୁଣ: ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଏବଂ କଳାଲୁଣ ଲଗାଇ ଚାଟନ୍ତୁ । ଏଭଳି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣ ବାନ୍ତି ହେବାରୁ ରକ୍ଷା ପାଇପାରିବେ ।