ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ଲୋକେ ଚା ତିଆରି କରିସାରିବା ପରେ ଚା’କୁ ଛାଣି ସେହି ପତିକୁ ଡଷ୍ଟବିନରେ ପକାଇ ଦେଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯେଉଁ ପତିକୁ ଆପଣ ଅଦରକାରୀ ଭାବେ ଫିଙ୍ଗି ଦେଉଛନ୍ତି ତାକୁ ପୁର୍ନବାର ବ୍ୟବହାର କରି ପାରନ୍ତି । କାରଣ ବ୍ୟବହାର ହୋଇଥିବା ଚା ପତି କେବଳ ସ୍ୱାସ୍ଥ୍ୟ ପାଇଁ ଫାଇଦା ତାହା ନୁହେଁ ବରଂ ଆପଣଙ୍କ ଘରର ଅନ୍ୟ କାମ ପାଇଁ ବି ଫାଇଦା ହୋଇଥାଏ ।
ଫୁଟା ହୋଇଥିବା ଚା ପତିର ଫାଇଦା:
ସକାଳୁ ଚା ତିଆରି କରି ସାରିବା ପରେ ଚା’ ପତିକୁ ଛାଣିକି ଧୋଇ ଦିଅନ୍ତୁ । ଏହାପରେ ପୁଣି ତାକୁ ପୁନର୍ବାର ପାଣିରେ ପକାଇ ଫୁଟାନ୍ତୁ । ପୁଣି ସେହି ପାଣିକୁ ଥଣ୍ଡା କରି ଆପଣଙ୍କ କେଶ ସଫା କରନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ଆପଣଙ୍କ କେଶରେ ଚମକ ଆସିଥାଏ ।
ସେହିପରି ଭାବେ ଆପଣ ଚା’ ପତିକୁ ଛାଣି ପୁନର୍ବାର ତାକୁ ପାଣିରେ ପକାଇ ଫୁଟାନ୍ତୁ । ଏହାପରେ ସେ ଚା’ ପାଣିରେ ଆପଣ ଘିଅ ଏବଂ ତେଲ ଡବା ସଫା କରି ପାରିବେ । ଏହାଦ୍ୱାରା ଡବାରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
ଯଦି କୌଣସି ସ୍ଥାନରେ ଅଧିକାଂଶ ମାଛି ବସୁଛି ତେବେ ସେହି ମାଛିକୁ ଘଉଡେଇବା ପାଇଁ ଫୁଟା ହୋଇଥିବା ଚା ପତିକୁ ଓଦା କରି ସେହି ସ୍ଥାନରେ ରଗଡି ଦିଅନ୍ତୁ । ଏଭଳି କରିବା ଦ୍ୱାରା ସେହି ସ୍ଥାନରୁ ମାଛି ଚାଲି ଯାଇଥାନ୍ତି ।
ଚା’ ପତିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ସେଥିପାଇଁ ଆଘାତ ଲାଗିଥିବା ସ୍ଥାନରେ ଚ ।’ ପତିର ଲେପ ଲଗାଇବା ଦ୍ୱାରା ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ । ଏହାସହିତ ଘା ବି ସୁଖି ଯାଇଥାଏ ।