ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମ ନିହାତି ଆବଶ୍ୟକ । ଶରୀରରେ ହାଡ, କଣିକା,ଶିରାପ୍ରଶିରା, ରକ୍ତ, ମାଂସପେଶୀ ଏବଂ ହାର୍ଟ ପାଇଁ କ୍ୟାଲସିୟମ ଆବଶ୍ୟକ । ଏହାସହିତ ଶରୀରରେ ଅଧିକ ମତ୍ରାରେ କ୍ୟାଲସିୟମ ମିଳିଥାଏ । ଏହାର ପାଖାପାଖି ୯୯ ପ୍ରତିଶତ ଅଂଶ ହାଡ ଏବଂ ଦାନ୍ତରେ ଏବଂ ଗୋଟେ ପ୍ରତିଶତ ଅଂଶ ରକ୍ତ ଏବଂ ମାସଂ ପେଶୀରେ ରହିଥାଏ । ଏକ ରାସାୟନିକ ତତ୍ୱ ହେଉଛି କ୍ୟାଲସିୟମ, ଯାହା ମାନବ ଶରୀର ପାଇଁ ଅତ୍ୟଧିକ ଆବଶ୍ୟକ ।
କ୍ୟାଲସିୟମର ଫାଇଦା:
ଶରୀରରେ କ୍ୟାଲସିୟମ ଅଭାବ ହେବା ଦ୍ୱାରା ହାଡ କମଜୋର ହୋଇଥାଏ । ଯାହାଦ୍ୱାରା ଅଷ୍ଟିୟୋପେରୋସିସ ସସମ୍ୟା ହୋଇଥାଏ । ଏହାବ୍ୟତିତ ମାଂସପେଶୀରେ ସ୍ପାମ, ସ୍ମରଣଶକ୍ତି କମିବା,ହାତ-ଗୋଡ ଝିମଝିମ ଭଳି ଅନୁଭବ ହୋଇଥାଏ ।
ସେହିପରି ସାମାନ୍ୟ ବ୍ଲଡ କ୍ଲଟିଙ୍ଗରେ କ୍ୟାଲସିୟମର ମୁଖ୍ୟ ଭୂମିକା ରହିଛି । କ୍ଲଟିଙ୍ଗ ପ୍ରକ୍ରିୟାରେ ଅନେକ ପ୍ରକାରର ଷ୍ଟେପ୍ସ ରହିଥାଏ, ଯେଉଁଥିରେ କ୍ୟାଲସିୟମ ସାମିଲ ଅଛି । କମଜୋର ହାଡକୁ ମଜବୁତ କରିବା , ହାର୍ଟ କମଜୋର, ମହିଳାଙ୍କ ମାସିକ ଧର୍ମ ସହ ସମ୍ବନ୍ଧୀୟ ରୋଗେର ଉପଚାର ପାଇଁ କ୍ୟାଲସିୟମ ଲାଭକାରୀ ହୋଇଥାଏ ।
ମହିଳାଙ୍କ ପାଇଁ ଜରୁରୀ କ୍ୟାଲସିୟମ:
ଗର୍ଭବତୀ ମହିଳାଙ୍କ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ କ୍ୟାଲସିୟମ । ଏହା ଗର୍ଭାସ୍ତ ଶିଶୁର ମା ପାଇଁ ଜରୁରୀ । ଗର୍ଭବତୀ ମହିଳାଙ୍କୁ ୨୫୦୦ ମିଗ୍ରାରୁ ଅଧିକ କ୍ୟାଲସିୟମ ନେବା ଉଚିତ୍ ନୁହେଁ । ମାସିକ ଧର୍ମ, ଗର୍ଭଧାରଣ, ସ୍ତନପାନ ଏବଂ ମନୋପଜ୍ ସମୟରେ କ୍ୟାଲସିୟମ କମ ହୋଇଯାଇଥାଏ । ସେଥିପାଇଁ ନିୟମିତ କ୍ୟାଲସିୟମ ନେବା ଜରୁରୀ । ଗୋଟେ ଗ୍ଲାସ ଗାଇ ଖୀରରୁ ୨୬୦ ମିଲିଗ୍ରାମ ଏବଂ ମଇଁସି ଖୀରରୁ ୪୧୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ । ଉଚିତ୍ ମାତ୍ରାରେ କ୍ୟାଲସିୟମ ଜିନିଷ ସେବନ କରିବା ଦ୍ୱାର ବୁଦ୍ଧି ପ୍ରଖର ହୋଇଥାଏ । ଖୀର ବ୍ୟକ୍ତ ସବୁଜ ପନିପରିବାର ମଧ୍ୟ କ୍ୟାଲସିୟମ ମିଳିଥାଏ ।