ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣଙ୍କ ମନ ଦୁଃଖ ଅଛି କିମ୍ବା ନିରାଶ ଅଛନ୍ତି, ତେବେ ସେଥିପାଇଁ ସୁଖ ନିଦ୍ରା ଜରୁରୀ ଆବଶ୍ୟକ । କିନ୍ତୁ ଯଦି ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ନିଦ ନ ହେଉଛି, ଏହାଦ୍ୱାରା ମନରେ ଅନେକ ଖରାପ ଚିନ୍ତାଧାରା ଆସିଥାଏ ଯେପରିକି ଆତ୍ମହତ୍ୟା କରିବା ଆଦି ।
ମ୍ୟାନଚେଷ୍ଟର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରେ, ଗବେଷକ ଡୋନା ଲିଟିଲବୁଡଙ୍କ କହିବାନୁଯାୟୀ, ସେ ଇଂଲଣ୍ଡରେ ପାଖାପାଖି ୫୧ ଜଣ ଲୋକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଲୋକ ଥିଲେ, ଯେଉଁମାନଙ୍କୁ ରାତିରେ ଠିକ୍ ଭାବରେ ନିଦ ହେଉ ନଥିଲା । ଏବଂ ସେମାନଙ୍କର ମନରେ ଆତ୍ମହତ୍ୟା କରିବା ପାଇଁ ଇଚ୍ଛା ପ୍ରକଟ ହେଉଥିଲା ।
ରାତିରେ ନିଦ ନହେବା ଦ୍ୱାରା ଅନେକ ଲୋକ କିଛି ନା କିଛି ଭାବନାରେ ପଡି ଯାଇଥାନ୍ତି । ଏବଂ ସେମାନଙ୍କୁ ତାଙ୍କ ଜୀବନରେ ଘଟିଥିବା ଖରାପ ସମୟ ବାରମ୍ବାର ମନେ ପଡିଯାଏ, ଯାହା ଦ୍ୱାରା ସେମାନଙ୍କୁ ହୃଦୟକୁ ଆଘାତ ଲାଗିଥାଏ ।
ଗବେଷକଙ୍କ କହିବାନୁଯାୟୀ ମଣିଷ ଶରୀରରେ ନିଦ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହା କେବଳ ନିରାଶ ଏବଂ ଚିନ୍ତାଧାରାକୁ ଦୂର କରିବା ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତ ପାଇବାକୁ ହେଲେ, ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ ।