ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଦେଶ ଯାତ୍ରା ପାଇଁ ପାସପୋର୍ଟ ନିହାତି ଜରୁରୀ । ବିନା ପାସପୋର୍ଟରେ ବିଦେଶ ଯାତ୍ରା ଅସମ୍ଭବ । ଏହାସହିତ ଭିନ୍ନ ଭିନ୍ନ ରଙ୍ଗର ପାସପୋର୍ଟ ଆପଣମାନେ ଦେଖିବାକୁ ପାଇଥିବେ । ଯେପରିକି ଲାଲ, ସବୁଜ,ନୀଳ ଏବଂ କଳା । ଆପଣମାନେ ଜାଣିଛନ୍ତି କି ଏହା ପଛର କାରଣ କଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ..
ଲାଲ ରଙ୍ଗର ପାସପୋର୍ଟ: ଯେଉଁ ଦେଶରେ ସାମ୍ୟବାଦି ଇତିହାସ ରହିଛି ସେଠାରେ ଲାଲ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଏ । ଚୀନ୍, ସୋଲ୍ୱେନିୟା, ସର୍ବିୟା, ଲାବତିୟା,ରୋମାନିୟା, ଋଷ, ପୋଲାଣ୍ଡ ଏବଂ ଜର୍ଜିଆରେ ଲାଲ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଏ । ଏହାସହିତ ଇରୋପୀୟ ୟୁନିୟନର ସଦସ୍ୟମାନେ ବି ଲାଲ ରଙ୍ଗର ପାସପୋର୍ଟ ବ୍ୟବହାର କରିଥାନ୍ତି ।
ନୀଳ ରଙ୍ଗ: ନୂତନ ଦୁନିଆର ପ୍ରତିକ ହେଉଛି ନୀଳ ରଙ୍ଗ । ପାଖାପାଖି ୧୫ ଟି କ୍ୟାରିବିୟାଇ ଦେଶ ରହିଛି, ଯାହାଙ୍କର ନୀଳ ରଙ୍ଗର ପାସପୋର୍ଟ । ସେହି ଦେଶ ମଧ୍ୟରେ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ପେରୁଗ୍ୱେ ସମେତ ଅନେକ ଦେଶ ସାମିଲ ଅଛି । ୧୯୭୬ ମସିହାରେ ଆମେରିକାରେ ବି ପାସପୋର୍ଟ ପାଇଁ ନୀଳ ରଙ୍ଗକୁ ଅପଣା ଯାଇଥିଲା ।
ସବୁଜ ରଙ୍ଗ: ଅଧିକତମ ମୁସଲମାନ ଦେଶରେ ସବୁଜ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ । ଯେପରିକି ମୋରକ୍କୋ, ସାଉଦୀ ଆରବ ଏବଂ ପାକିସ୍ତାନରେ ନୀଳ ରଙ୍ଗର ପାସପୋର୍ଟ ବ୍ୟବହାର ହୁଏ । ସବୁଜ ରଙ୍ଗ ଧାର୍ମିକ ଆସ୍ଥା ସହ ଯୋଡା ଯାଇଥାଏ । ଏହାବ୍ୟତିତ ଅନେକ ପଶ୍ଚିମ ଆଫ୍ରିକୀୟ ଦେଶ ଯେପରିକି ନାଇଜେରିଆ,ବୁର୍କିନା, ଫାସୋ, ଆଇବରୀ କୋଷ୍ଟ, ନାଇଜର ଏବଂ ସିନେଗଲରେ ବି ପାସପୋର୍ଟ ପାଇଁ ସବୁଜ ରଙ୍ଗ ବ୍ୟବହାର କରାଯାଇଥାଏ ।
କଳା ରଙ୍ଗ: ବହୁତ କମ ଦେଶରେ କଳା ରଙ୍ଗର ପାସପୋର୍ଟ ପ୍ରୟୋଗ କରାଯାଇଥାଏ । ଯେପରିକି ଗ୍ୟାବନ୍, ବୁରୁଣ୍ଡି, ଜାମ୍ବିୟା ଗଙ୍ଗୋଲା, ବୋତ୍ସବାନା, ମଲାବୀ ଏବଂ କାଙ୍ଗୋ ଭଳି ଆଫ୍ରିକିୟ ଦେଶରେ କଳାରଙ୍ଗର ପାସପୋର୍ଟ ବ୍ୟବହାର କରାଯାଏ ।