ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ୍ । ଶରୀରରେ ସଠିକ୍ ପୋଷଣ ଏବଂ ପାଚନ ପାଇଁ ଭୋଜନରେ ଫାଇବରର ଆବଶ୍ୟକତା ରହିଛି । ଶରୀରରେ ଫାଇବର ଅଭାବ ଦ୍ୱାରା ପାଚନ ତନ୍ତ୍ର ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥାଏ । ଯାହାଫଳରେ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ ।
ଶରୀରରେ ଫାଇବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଦୁଇ ପ୍ରକାରର ଫାଇବର ରହିଛି । ଦ୍ରବଣୀୟ ଫାଇବର ଏବଂ ଅଦ୍ରବଣୀୟ ଫାଇବର । ଦ୍ରବଣୀୟ ଫାଇବର ଶରୀରରେ ବହୁତ ଶୀଘ୍ର ମିଶି ଯାଇଥାଏ । ଏହା କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ । ଏହାସହିତ ମଧୁମେୟ ରୋଗୀଙ୍କ ପାଇଁ ଦ୍ରବଣୀୟ ଫାଇବର ଖୁବ୍ ଉପଯୋଗୀ ହୋଇଥାଏ । ସେହିପରି ଅଦ୍ରବଣୀୟ ଫାଇବର ଶରୀରରୁ ଅଦରକାରୀ ଖାଦ୍ୟକୁ ସଫା କରିବାର କାର୍ଯ୍ୟ କରିଥାଏ । ଭୋଜନରେ ଫାଇବର ଅଭାବ ହେଲେ ଆଳସ୍ୟ ଅନୁଭବ ହୋଇଥାଏ ।
ଫାଇବର ରକ୍ତ ସର୍କରାକୁ ସନ୍ତୁଳିତ କରିବାର କାମ କରିଥାଏ ଏବଂ ଏହାଦ୍ୱାରା ବ୍ୟକ୍ତି ସ୍ଫୁର୍ତି ଅନୁଭବ କରିଥାନ୍ତି । ସେହିପରି ଯଦି ଭୋଜନରେ ଫାଇବର କମ ଥିବ ତେବେ ପାଚନ ପ୍ରକ୍ରିୟା ସଠିକ୍ ହେବ ନାହିଁ । ଶରୀରରେ ପ୍ରଚୁର ପରିମାଣର ଫାଇବର ନରହିବା ଫଳରେ ଓଜନ ବୃଦ୍ଧି ହୋଇଥାଏ ।
ଫାଇବର ଯୁକ୍ତ ଖାଦ୍ୟ ପଦାର୍ଥ ଅଭାବ ଦ୍ୱାରା ପେଟ ଖରାପ ହେବାର ସମସ୍ୟା ଏବଂ ମୁହଁ ରୁ ଛାଲ ଛାଡିବା ସମସ୍ୟା ଦେଖା ଦେଇଥାଏ । ଏହାସହିତ ଅଲ୍ସର, କୋଷ୍ଟକାଠିନ୍ୟ, ଗ୍ୟାସ ହେବା ବ୍ୟତିତ କର୍କଟ ଏବଂ ହୃଦ ରୋଗର ହେବାର ସମ୍ଭାବନା ଅଧିକ ରହିଛି ।
ଫାଇବର ପାଇଁ କେବଳ ମଧୁମେୟ ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ, ତାହା ନୁହେଁ ବରଂ ଏହା ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ ।