ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ସାଧାରଣତଃ ପ୍ରାୟ ଅନେକ ଲୋକଙ୍କ କ୍ଷେତ୍ରରେ ମଧୁମେହ ରୋଗ ଦେଖିବାକୁ ମିଳୁଛି । ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଔଷଧ କିମ୍ବା ଇଂଜେକ୍ସନ ସାହାରା ନେଇଥାନ୍ତି । ଆଜି ଆମେ ଅପଣଙ୍କୁ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ଉପାୟ କହିବାକୁ ଯାଉଛୁ । ଯାହାକୁ ଆପଣାଇଲା ପରେ ଏହି ରୋଗ ନିୟନ୍ତ୍ରଣରେ ରହିବା ସହିତ କୌଣସି ପାଶ୍ୱର୍ବର୍ତ୍ତି ପ୍ରତିକ୍ରିୟା ଦେଖାଯାଇ ନଥାଏ ।
ଆଜ୍ଞା ହଁ ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଭେଣ୍ଡି ବେଶ୍ ଉପକାରୀ । କଞ୍ଚା ଭେଣ୍ଡି ଖାଇବା ଦ୍ୱାରା ମଧୁମେହ କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ଫାଇବର ମଧୁମେହ ରୋଗୀଙ୍କୁ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଏହି ଭେଣ୍ଡିର ଉପଯୋଗ କରିବେ ।
ଦୁଇଟି ଭେଣ୍ଡି ନିଅନ୍ତୁ ତାର ଆଗ ଓ ପଛ ପଟରୁ କାଟି ଦିଅନ୍ତୁ । ତାପରେ ଏଥିରୁ ଲାଳ ବାହାରି ଗଲା ପରେ ଏହାକୁ ଧୋଇ ଦିଅନ୍ତୁ । ରାତିରେ ଶୋଇବା ପାଇଁ ଯିବା ପୂର୍ବରୁ ସେହି ଭେଣ୍ଡିକୁ ଏକ ପାଣି ଗ୍ଲାସରେ ପକାଇ ଘୋଡାଇ ଦିଅନ୍ତୁ । ସକାଳୁ ଉଠିଲା ପରେ ସେହି ପାଣିରୁ ଭେଣ୍ଡିକୁ କାଢି ବାହାର କରି ଦିଅନ୍ତୁ । ଏବଂ ସେହି ପାଣିକୁ ପିଅନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ଅପଣଙ୍କ ମଧୁମେହ ରୋଗ ନିୟନ୍ତ୍ରଣରେ ରହିବ । ଯେତିକି କଞ୍ଚା ଭେଣ୍ଡି ଲାଭଦାୟକ ସେତିକି ରନ୍ଧା ହୋଇଥିବା ଭେଣ୍ଡି ମଧ୍ୟ ଲାଭକାରୀ ହୋଇଥାଏ ।