ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆବର୍ଷ ଆସିବାକୁ ଯାଉଛି, ତେବେ ନିଜ ଜୀବନଶ÷ଳୀରେ ସୁଧାର ଆଣିବା ପାଇଁ ନିଜ ଖାଦ୍ୟ ଅଭ୍ୟାସରେ ଯୋଡନ୍ତୁ କିଛି ଜିନିଷ ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।
ସକାଳର ଜଳଖିଆ ଖାଇବାକୁ ଭୁଲନ୍ତୁ ନାହିଁ
ନୂଆ ବର୍ଷର ଆରମ୍ଭରେ ସୁସ୍ଥ ରହିବା ପାଇଁ ସକାଳର ଜଳଖିଆ ନିଶ୍ଚିତ କରନ୍ତୁ । ସକାଳର ଜଳଖିଆ ଖାଇବା ଦ୍ୱାରା ଆମ ଶରୀରକୁ କାର୍ବୋହାଇଡ୍ରେଟ ମିଳିଥାଏ ଯାହା ଆମ ମତିଷ୍କର ସଂଚାଳନରେ ଅତ୍ୟନ୍ତ ଆବଶ୍ୟକ । ଏଥି ସହିତ ସକାଳର ଜଳଖିଆ ଶରୀରକୁ ନୂତନ ଉର୍ଜା ମିଳିବା ସହିତ ବହୁ ରୋଗରୁ ରକ୍ଷା କରିଥାଏ ।
ଅଦା
ଭାରତରେ ପ୍ରାୟ ଅଧିକାଶଂ ଖାଦ୍ୟରେ ଅଦାର ପ୍ରୟୋଗ କରାଯାଇଥାଏ । ଅଦା ଖାଇବା ଦ୍ୱାରା ଆମ ଶରୀରର ଥଣ୍ଡା ଜନିତ ରୋଗରୁ ମୁକ୍ତି ପାଇଥାଏ । ଏବଂ ମାସିକ ଋତୁସ୍ରାବ କଷ୍ଟରୁ ମଧ୍ୟ ରକ୍ଷା କରିଥାଏ ।
ଜୀରା
ମସଲାରେ ଜୀରାର ପ୍ରୟୋଗ ହୋଇଥାଏ କିନ୍ତୁ ସକାଳୁ ଖାଲି ପେଟରେ ଜୀରାର ସେବନ ଦ୍ୱାରା ପାଚନ କ୍ରିୟା ଠିକ ରୁପରେ ହୋଇଥାଏ ।
ଗରମ ପାଣି
ଆର୍ୟୁବେଦରେ ଗରମ ପାଣିକୁ ବହୁତ ଲାଭଦାୟକ କୁହାଯାଇଛି । ଗରମ ପାଣି ର ସେବନ ଦ୍ୱାରା ଶରୀରର ଦୁଷିତ ପଦାର୍ଥ ନିଷ୍କାସିତ ହୋଇଥାଏ ।