ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଭିଟାମିନ ବି-12 ବହୁତ ଜରୁରୀ ହୋଇଥାଏ । ଶରୀରରେ ଭିଟାମିନ୍ ବି-12 ଅଭାବ ଥିଲେ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ ।
ଭିଟାମିନ୍ ବି-12 କେବଳ ଶରୀର କୁ ସୁସ୍ଥ ରଖେ ତାହା ନୁହେଁ, ଅନେକ ମାନସିକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ଭିଟାମିନ୍ ବି-12 ଅଭାବରୁ ରକ୍ତ ହୀନତା, ଗ୍ୟାସ୍, ଦୁର୍ବଳତା ଭଳି ନାନା ପ୍ରକାରର ରୋଗ ଗ୍ରାସ କରିଥାଏ ।
ତେବେ ବୟସ ଅନୁସାରେ ଭିଟାମିନ୍ ବି-12ର ଅଲଗା ଅଲଗା ମାତ୍ରା ଆମ ଶରୀର କୁ ଆବଶ୍ୟକ ହୋଇଥାଏ ।
୧ରୁ୩ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପ୍ରତିଦିନ ୦.୯ ମାଇକ୍ରୋଗ୍ରାମ ଭିଟାମିନ୍ ବି-12 ଆବଶ୍ୟକ ଥିବା ବେଳେ ୪-୮ ବର୍ଷ ବୟସର ପିଲାମାନଙ୍କୁ ୦.୧୨ ମାଇକ୍ରୋଗ୍ରାମ୍ ଭିଟାମିନ୍ ବି-12 ଆବଶ୍ୟକ ହୋଇଥାଏ । ତେବେ ବୟସ୍କ ଲୋକମାନଙ୍କୁ ପ୍ରତିଦିନ ପ୍ରାୟ ୨.୪ ମାଇକ୍ରୋଗ୍ରାମ ଭିଟାମିନ୍ ବି-12 ଦରକାର ହୋଇଥାଏ ।
ଖୀର ଏବଂ ଦହିରେ ଅଧିକ ମାତ୍ରାର ଭିଟାମିନ୍ ବି-12 ଥିବାରୁ, ପ୍ରତିଦିନ ଖୀର ଆଉ ଦହି ଖାଇବା ଦ୍ୱାରା ଭିଟାମିନ୍ ବି-12 ର ଆବଶ୍ୟକତା ପୂର୍ଣ୍ଣ ହୋଇଥାଏ ।
ଏଥି ସହିତ ଦୁଗ୍ଧ ଜାତୀୟ ଖାଦ୍ୟ ଛେନା, ପନିର ସହିତ ମାଛ, ଅଣ୍ଡା, ମାସଂ, ଛତୁ, ପେସ୍ତାବାଦାମ୍ ଇତ୍ୟାଦିକୁ ପ୍ରତିଦିନ ଖାଇବା ଦ୍ୱାରା ଭିଟାମିନ୍ ବି-12 ର ଅଭାବକୁ ପୁରା କରାଯାଇପାରିବ ।