ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯେଉଁ ବ୍ୟକ୍ତିଙ୍କ ବ୍ଲଡ ଗୃପ A, B କିମ୍ବା AB ହୋଇଥାଏ । ସେମାନଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ O ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଖରେ ଏହାର ଆଶଙ୍କା ଖୁବ୍ କମ୍ ଦେଖା ଯାଇଥାଏ ।
ଆମେରିକାର ୟୁଟା ଇଂଟରମାଉଂଟେନ ହାର୍ଟ ଇଂଷ୍ଟ୍ୟୁଚୁଟର ବିଶେଷଜ୍ଞ ଜାମିନ ହର୍ନଙ୍କ କହିବାନୁଯାୟୀ, ଯେତେବେଳେ ବାୟୁ ପ୍ରଦୂଷଣ ୨୫ ମାଇକ୍ରୋଗ୍ରାମ/ଘନ ମିଟରରୁ ଅଧିକ ଉପରେ ହୋଇଥାଏ । ସେତେବେଳେ O ବ୍ଲଡ ଗୃପର ବ୍ୟକ୍ତିଙ୍କୁ ଛାଡିଦେଲେ ଅନ୍ୟ ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଇଁ ବିପଦ ମାଡି ଆସିଥାଏ ।
ନିକଟରେ ହୋଇଥିବା ଗବେଷଣାରେ,ଗବେଷକମାନେ O ବ୍ଲଡ ଗୃପ ଏବଂ ଅନ୍ୟ ବ୍ଲଡ ଗୃପ ମଧ୍ୟରେ ଆନୁବଂଶିକ ଅନ୍ତରର ପରିକ୍ଷଣ କରିଥିଲେ । ଯେଉଁଥିରେ ସକାରାତ୍ମକ ଏବଂ ନକରାତ୍ମକ A, B ଏବଂ AB ବ୍ଲଡ ଗୃପ ସାମିଲ ଅଛି । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ଏହି ତିନୋଟି ବ୍ଲଡ ଗୃପକୁ ଛାଡିଦେଲେ O ବ୍ଲଡ ଗୃପରେ ହାର୍ଟ ଆର୍ଟାକ ହେବାର ଆଶଙ୍କା ଖୁବ୍ କମ୍ ।
ସେଥିପାଇଁ A, B ଏବଂ AB ବ୍ଲଡ ଗୃପର କୌଣସି ବ୍ୟକ୍ତି ଚିନ୍ତାନକରି ସତର୍କତା ଅବଲମ୍ବନ କରିବା ଉଚିତ୍ ।