ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆମ୍ବ ପତ୍ରକୁ କୌଣସି ପୂଜା କିମ୍ବା ହୋମ ରେ ବ୍ୟବହାର କରାଯାଏ । ଏହାବ୍ୟତିତ ଏହି ଆମ୍ବ ପତ୍ରକୁ ମାଳ କରି ଘରର ଦୁଆର ମୁହଁରେ ଟଙ୍ଗା ଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ପତ୍ର ଦ୍ୱାରା ଆପଣଙ୍କ ଶରୀରରେ ଅନେକ ରୋଗ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି ଆମ୍ବ ପତ୍ରର ବ୍ୟବହାର ଦ୍ୱାରା ଆପଣଙ୍କର ଶରୀରରେ କେଉଁ ସବୁ ପାଖ ମାଡିବ ନାହିଁ ।
ଏହି ଆମ୍ବ ପତ୍ର ପେଟରେ ଷ୍ଟୋନ ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଗଲବ୍ଲଡରରେ ଷ୍ଟୋନ ସମସ୍ୟା ଅଛି ତେବେ ନିୟମିତ ଆମ୍ବ ପତ୍ର ଗୁଣ୍ଡ ସେବନ କରନ୍ତୁ । କିନ୍ତୁ ଏହି ଗୁଣ୍ଡକୁ ବିଲକୁଲ ଖାଲି ପେଟରେ ଖାଆନ୍ତୁ ନାହିଁ ।
ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ଆମ୍ବ ପତ୍ର ଖୁବ୍ ସହାୟକ ହୋଇଥାଏ । ଏହି ପତ୍ରରେ ଥିବା ଟ୍ୟାନିନ ଯୋଗୁଁ ଏହା ଲାଭକାରୀ ହୋଇଥାଏ । ପ୍ରତିଦିନ ସକାଳୁ ଗୋଟେ ଚାମଚ ଆମ୍ବ ପତ୍ର ଗୁଣ୍ଡ ଖାଆନ୍ତୁ । ଏହାଦ୍ୱାରା ବ୍ଳଡସୁଗାରର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।
ଖରାଦିନେ ପ୍ରାୟତଃ ପେଟ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ । କିନ୍ତୁ ଯଦି ଆପଣଙ୍କର ପେଟ ସମସ୍ୟା ଦେଖାଦେଉଛି ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଆମ୍ବ ପତ୍ର ବ୍ୟବହାର କରିପାରିବେ । ସେଥିପାଇଁ କିଛି ଆମ୍ବ ପତ୍ରକୁ ପାଣିରେ ସିଝାଇ ତାକୁ ରାତି ସାରା ଛାଡିଦିଅନ୍ତୁ । ଏବଂ ପରଦିନ ସକାଳୁ ସେହି ପାଣିକୁ ଛାଣିକି ପିଅନ୍ତୁ । ଏଭଳି ନିୟମିତ ପିଇବା ଦ୍ୱାରା କୌଣସି ପେଟ ସମସ୍ୟା ଦେଖା ଦେଇନଥାଏ ।
ଯଦି ଆପଣଙ୍କର ଶରୀରରେ କୋଲୋଷ୍ଟ୍ରଲ ବୃଦ୍ଧି ହେଉଛି,ତେବେ ଏହା ଆପଣଙ୍କର ହାର୍ଟକୁ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଆପଣ ଆମ୍ବ ପତ୍ର ସେବନ କରିପାରିବେ । ଆମ୍ବ ପତ୍ରରେ ଫାଇବର ଏବଂ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆପଣଙ୍କର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ଖୁବ୍ ସହାୟକ ହେବ । ଏହାବ୍ୟତୀତ ଅସ୍ଥମା ରୋଗୀଙ୍କ ପାଇଁ ଅମ୍ବପତ୍ର କାଢା ବହୁତ ଭଲ କାମ କରିଥାଏ ।