ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନଯାକ କାମ କରି ଯେତେବେଳେ ବ୍ୟକ୍ତି ଜଣଙ୍କ ଶୋଇବାକୁ ଯାଇଥାନ୍ତି ସେତେବେଳେ ସେ ଯେକøଣସି ଭାବେ ଶୋଇପଡିଥାନ୍ତି । ପ୍ରତ୍ୟେକ ଲୋକଙ୍କ ଶୋଇବା ଢଙ୍ଗ ଭିନ୍ନ ଭିନ୍ନ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଶୋଇଲା ସମୟରେ ଅନେକ ଭୁଲ୍ କରି ବସନ୍ତି । ସେଥିରୁ ଗୋଟେ ଭୁଲ୍ ଆପଣଙ୍କ ଜୀବନ ପ୍ରତି ବିପଦ । ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କରୁଥିବା ଭୁଲ୍ ।
୧- ରାତି ଭୋଜନ ସାରି ତୁରନ୍ତ ଶୋଉଥିବା ବ୍ୟକ୍ତି କଦାପି ବାମ ଆଡକୁ ମୁହଁ କରି ଶୋଇବା ଉଚିତ୍ ନୁହେଁ । କାରଣ ଶରୀରର ବାମ ପାଶ୍ୱର୍ରେ ପାଚନ ତନ୍ତ୍ର ଥାଏ । ଯାହା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।
୨- ଭୁଲ୍ ରେ ବି ପେଟେ ମାଡିକି ଶୁଅନ୍ତୁ ନାହିଁ । କାରଣ ଏଭଳି ଶୋଇବା ଦ୍ୱାରା ଶରୀରକୁ ଅଧିକ କ୍ଷତି ପହଁଚିଥାଏ । ଏହାସିତ ହୃଦ୍ ସମ୍ବନ୍ଧୀୟ ରୋଗ ବଢିବାର ସମ୍ଭବନା ଅଧିକ ଥାଏ ।
୩- ଅଧିକାଂଶ ଲୋକ ମୁଣ୍ଡରେ ତକିଆ ଦେଇ ଉପରକୁ ମୁହଁ କରି ସିଧା ଶୋଇଥାନ୍ତି,ଯାହା ଶରୀର ପାଇଁ ସଂପୂର୍ଣ୍ଣ ଖରାପ । କାରଣ ସିଧା ଶୋଇବା ଦ୍ୱାରା ମେରୁଦଣ୍ଡ ହାଡରେ ଅଧିକ ଚାପ ପଡିଥାଏ । ଯଦି ଆପଣଙ୍କୁ ବିନା ତକିଆରେ ନିଦ ହେଉନି ତେବେ ଆପଣ ବାମ ଆଡକୁ ମୁହଁ କରି ଶୋଇପାରିବେ ।
୪- ଦୁନିଆରେ ୭୫ ପ୍ରତିଶତ ଲୋକ ଏଭଳି ଅଛନ୍ତି ଯେଉଁମାନେ ଆଂଠୁ ଭାଙ୍ଗି ଶୋଇଥାନ୍ତି , କିନ୍ତୁ ଏହା ଖରାପ । କାରଣ ଏଭଳି ଶୋଇବା ଦ୍ୱାରା ଆଂଠୁ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣ ଏଭଳି ଶୋଉଛନ୍ତି ତେବେ ଆଂଠୁ ମଝିରେ ତକିଆ ଦେଇ ଶୁଅନ୍ତୁ ।