ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାଣରତଃ ରାସ୍ତାରେ ଯାଉଥିବା ସମୟରେ କିଛି ଲୋକ ହଠାତ୍ ଟଙ୍କା ପାଇଥାନ୍ତି । ଏହି ଟଙ୍କା ପାଇବା ପରେ କିଛି ଲୋକ ଖୁସି ଅନୁଭବ କରୁଥିବା ବେଳେ ଆଉ କିଛି ଲୋକ ସନ୍ଦେହ ଘେରରେ ରହିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହଠାତ୍ ଟଙ୍କା ପାଇବା ଏକ ସଂକେତ ଦେଇଥାଏ? ତେବେ ଆସନ୍ତୁ ଜାଣିବା ରାସ୍ତାରୁ ପାଇଥିବା ଟଙ୍କା ଆପଣଙ୍କ ଜୀବନରେ କି ସଂକେତ ଦେଇଥାଏ ।
ଚୀନରେ ,କଏନକୁ କିଣା ବିକାରେ ବ୍ୟବହାର କରାଯାଏ ନାହିଁ । କାରଣ ସେମାନେ ଏହି କଏନକୁ ଶୁଭ ମଣିଥାନ୍ତି । ଏହାସହିତ ଭାରତରେ ଧନକୁ ମା’ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ । ସେଥିପାଇଁ ଅପ୍ରତ୍ୟାଶିତ ଭାବେ ଧନ ମିଳିବା ଶୁଭ ସଂକେତ ବୋଲି କୁହାଯାଏ ।
ଏହାବ୍ୟତୀତ ଅନ୍ୟ ଏକ ସଂକେତ ମଧ୍ୟ ହୋଇପାରେ । ଆପଣଙ୍କର ପୂର୍ବପୁରୁଷମାନେ ଏହି ଟଙ୍କା ଜରିଆରେ ଆର୍ଶିବାଦ ଦେବା ଲାଗି ଆପଣଙ୍କ ନିକଟରେ ପଂହଁଚିବା ପାଇଁ ଚେଷ୍ଟା କରିଥାନ୍ତି ।
ଯଦି ଆପଣ କୌଣସି କଏନ ପାଇଛନ୍ତି ତେବେ ଏହା ନୂତନ କାର୍ଯ୍ୟର ଶୁଭାରମ୍ଭର ସଂକେତ ଦେଇଥାଏ । ଯଦି ଆପଣ ନୋଟ ଟଙ୍କା ପାଇଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପରିସ୍ଥିତିକୁ ଗମ୍ଭୀରତା ସହ ଦେଖିବା ଉଚିତ୍ । ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟକରିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କୁ ଭଲ ସଫଳତା ମିଳିବ ।