ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ଷାରେ ଗରମରୁ ଆଶ୍ୱସ୍ତି ମିଳିଯାଏ ସତ କିନ୍ତୁ ତ୍ୱଚା ଝାଉଁଳିବା ସହ ଅଠାଳିଆ ହୋଇଯାଏ । ଏହି ସିଜିନ୍ ରେ ଅଧିକାଂଶ ବ୍ରଣ ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ । ସେହିପରି କିଛି ଜଣଙ୍କର ତ୍ୱଚା ସଂକ୍ରମଣ ଏବଂ ଶୁଖିଲାପଣ ହୋଇଯାଏ । ସେଥିପାଇଁ କିଛି ଘରୋଇ ଉପଚାର କରିବା ଉଚିତ୍ ।
ସର୍ବପ୍ରଥମେ ଚାଉଳକୁ ଧୋଇ ରାନ୍ଧିବା ପାଇଁ ବସାନ୍ତୁ । ସେଥିରେ ଅଧିକ ପାଣି ଦେଇ ଅଧିକ ସମୟ ଯାଏଁ ରାନ୍ଧନ୍ତୁ । ଯାହାଫଳରେ ସହଜରେ ଏହା ପେଷ୍ଟ ଭଳି ହୋଇଯିବ । ଏଥିରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ମହୁ ଏବଂ କଞ୍ଚା ଖୀର ମିଶାନ୍ତୁ । ଏହାପରେ ସେହି ପେଷ୍ଟକୁ ସମ୍ପୂର୍ଣ୍ଣ ତ୍ୱଚାରେ ଲଗାନ୍ତୁ । ଏହା ଶୁଖିବା ପରେ ପାଣିରେ ହାଲୁକା ମସାଜ କରି ତ୍ୱଚାକୁ ଧୁଅନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚା ସମସ୍ୟା ଦୂର ହେବ ଏବଂ ତ୍ୱଚା ଚମକିବ ।
ସେହିପରି ଯଦି ଆପଣଙ୍କ ତ୍ୱଚାରେ କୁଞ୍ଚନ ସମସ୍ୟା ଦେଖାଦେଉଛି ତେବେ ଆପଣ ଚାଉଳ ପାଣିରେ ନିର୍ମିତ ଫେସପ୍ୟାକ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହେବ ଏବଂ ଚମକିବ । ଏଥିପାଇଁ ଆପଣଙ୍କୁ ଗୋଟେରୁ ଦୁଇଦିନ ଯାଏଁ ଚାଉଳକୁ ବତୁରେଇ ରଖିବାକୁ ହେବ । ସେହି ପାଣିରେ ଚାଉଳ ଗୁଣ୍ଡ ମିଶ୍ରଣ କରି ସେଥିରେ ଅଙ୍ଗୁର ପେଷ୍ଟ ଏବଂ ଭିଟାମିନ୍ ଇ ଅଏଲ ର କିଛି ବୁନ୍ଦା ମିଶାନ୍ତୁ । ଏହି ସମସ୍ତ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ତ୍ୱଚାରେ ଲଗାନ୍ତୁ । ଏହା ଶୁଖିବାପରେ ଥଣ୍ଡା ପାଣିରେ ତ୍ୱଚାକୁ ଧୋଇ ଫେସ କ୍ରିମ ଲଗାନ୍ତୁ ।