ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋରିଷ ଦେଖିବାକୁ ଛୋଟ ସିନା କାମ କିନ୍ତୁ ବଡ । ପ୍ରତ୍ୟେକଙ୍କ ଘରେ ଖାଦ୍ୟ ଛୁଙ୍କ ମାରିବାରେ ସୋରିଷ ବ୍ୟବହାର କରାଯାଇଥାଏ । ଏହାସହିତ ଆଚାର ପ୍ରସ୍ତୁତିରେ ବି ସୋରିଷ ବ୍ୟବହାର କରାଯାଏ । ସୋରିଷକୁ ସମସ୍ତେ ବ୍ୟବହାର କରିଥାନ୍ତି କିନ୍ତୁ ଏହାର ଫାଇଦା ସମ୍ପର୍କରେ ଖୁବ କମ ଲୋକ ଜାଣିଥାନ୍ତି ଅବା କେହି କେହି ମଧ୍ୟ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ସୋରିଷର ବ୍ୟବହାରରେ ଆମକୁ କେଉଁ ସବୁ ଫାଇଦା ମିଳିଥାଏ ।
– ସୋରିଷ ପାଚନ କ୍ରିୟାରେ ସାହାର୍ଯ୍ୟ କରିଥାଏ । ସୋରିଷ ପାଣି ପିଇବା ଫଳରେ ଏହା ପେଟ ମଧ୍ୟରେ ଥିବା ଜୀବାଣୁକୁ ମାରିବାରେ ସାହାର୍ଯ୍ୟ କରେ । ଏହା ପେଟ ପାଇଁ ଖୁବ୍ ଉପଯୋଗୀ । ଏହାର ବ୍ୟବହାର ମାତ୍ରେ ଶରୀରକୁ ଫାଇଦା ମିଳିଥାଏ ।
– ଗୋଡ ମୋଡି ହୋଇଯାଇଥିଲେ ସୋରିଷର ଏକ ପୋଟଲି କରି ମୋଡି ହୋଇଯାଇଥିବା ସ୍ଥାନରେ ସେକ ଦିଅନ୍ତୁ ,ଏହାଦ୍ୱାରା ତୁରନ୍ତ ଏଥିରୁ ଆରାମ ମିଳିବ ।ଏବଂ ଫୁଲି ଯାଇଥିବା ସ୍ଥାନରେ ସୋରିଷକୁ ବାଟି ଲଗାନ୍ତୁ ଏହା ଫୁଲା କମାଇ ଦେବ ।
– ସୋରିଷକୁ ବାଟି କି ଥଣ୍ଡା ହୋଇଥିବା ସମୟରେ ଶୁଂଘିଲେ ଥଣ୍ଡାରୁ ରକ୍ଷା ମିଳିଥାଏ ।
– ଯାହାର ଦାନ୍ତ ହଳଦିଆ ପଡିଯାଉଛି ସେମାନେ ସୋରିଷ ଦାନା ସହ ଲୁଣ ମିଶାଇ ଦାନ୍ତ ଘସିଲେ ଏହି ରୋଗରୁ ରକ୍ଷା ପାଇପାରିବେ ।
– ମନ ବ୍ୟାକୁଳତା ହେଉଥିଲେ ସୋରିଷକୁ ବାଟି ଏହାକୁ ହାତ ଓ ଗୋଡରେ ଲଗାଇବା ଫଳରେ ଏହା ସଙ୍ଗେ ସଙ୍ଗେ ବ୍ୟାକୁଳତା ଦୂର କରିବା ସହ ଆରାମ ମଧ୍ୟ ପହଞ୍ଚାଇଥାଏ ।
– ସୋରିଷରେ ମାୟରେସୀନ, ସୀନୋଗ୍ରେସିନ ଭଳି ତତ୍ୱ ମିଳିଥାଏ । ଯାହା ତ୍ୱଚା ପାଇଁ ଅନେକ ଲାଭ ଦାୟକ ଅଟେ । ପ୍ରତିଦିନ ସୋରିଷର ପାଣିରେ ମୁହଁ ଧୋଇଲେ ଏହା ତ୍ୱଚାକୁ ପରିସ୍କାର କରିଥାଏ । ତ୍ୱଚାରେ ଉଜ୍ଜଳତା ଆଣିଥାଏ ।
– ରୂପି ଜନୀତ ସମସ୍ୟା ଏକ ସାଧାରଣ ସମସ୍ୟା । ତେବେ ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ସୋରିଷର କୁ ରାତି ତମାମ ପାଣିରେ ଭିଜେଇ ରଖନ୍ତୁ ଏବଂ ସକାଳେ ସେହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ ଏହାଦ୍ୱାରା ରୂପି ଜନୀତ ସମସ୍ୟାରୁ ରକ୍ଷା ପାଇବେ ।