ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ପିଲାଙ୍କ ପ୍ରିୟ ଖାଦ୍ୟ ଚିପ୍ସ । ଦୋକାନକୁ ଗଲେ ପିଲାଙ୍କ ନଜର ପ୍ରଥମେ ପ୍ୟାକେଟରେ ଥିବା ଚିପ୍ସ ଉପରେ ପଡିଥିବା । ଅନେକ ଅଭିଭାବକ ମଧ୍ୟ ତାଙ୍କ ପିଲାଙ୍କ ପାଇଁ ଘରେ ଚିପ୍ସ ନେଇ ରଖିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଚିପ୍ସ ଆପଣଙ୍କ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଇ । ପ୍ୟାକେଟରେ ଥିବା ଚିପ୍ସ କେବଳ ଆପଣଙ୍କ ପିଲାଙ୍କ ମୋଟାପା ବଢାଇ ନଥାଏ ବରଂ ଏହା ଦ୍ୱାରା ଅନେକ ରୋଗର ଶିକାର ମଧ୍ୟ ହେବାକୁ ପଡିଥାଏ । ଏଥିପାଇଁ ମଧୁମେହ ରୋଗଠାରୁ ଆରମ୍ଭ କରି କର୍କଟ ରୋଗ ମଧ୍ୟ ହୋଇପାରେ ।
ଗବେଷଣା ଅନୁଯାୟୀ ପ୍ୟାକେଟରେ ଥିବା ଚିପ୍ସ ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଥାଏ । ତେବେ ଆସନ୍ତୁ ଜାଣିବା ପ୍ୟାକେଟରେ ଥିବା ଚିପ୍ସ ଦ୍ୱାରା ପିଲାଙ୍କ ଉପରେ କି ପ୍ରକାର ନକରାତ୍ମକ ପ୍ରଭାବ ପଡିଥାଏ ।
ଚିପ୍ସରେ ଫ୍ୟାଟ ଏବଂ କ୍ୟାଲୋରିଜ୍ ର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହେବା ସହ ମୋଟାପ ସମସ୍ୟା ଦେଖାଦେଇଥାଏ । ୨୮ ଗ୍ରାମ ଆଳୁ ଚିପ୍ସ ଏବଂ ୧୫ ରୁ ୨୦ ଚିପ୍ସରେ ୧୦ ଗ୍ରାମ ଫ୍ୟାଟ ଏବଂ ୧୫୪ ଗ୍ରାମ କ୍ୟାଲୋରୀ ଥାଏ । ଗବେଷଣାରୁ ଜଣାପଡିଛି କି ତେଲରେ ଛଣା ହୋଇଥିବା ଚିପ୍ସ ମୋଟାପର ପ୍ରମୁଖ କାରଣ ।
ଚିପ୍ସ ଖାଇବା ଦ୍ୱାରା ମଧୁମେୟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହାସହିତ ଯଦି ନିୟମିତ ଚିପ୍ସ ଖାଉଛନ୍ତି ତେବେ ଏହାଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ମଧ୍ୟ ହୋଇପାରେ ଏବ ପିଲାଙ୍କ ଠାରେ ପୋଷଣ କମି ଯାଇପାରେ । ଚିପ୍ସରେ ଭିଟାମିନ୍ ଏବଂ ମିନେରାଲ ବହୁତ କମ ମାତ୍ରାରେ ଥାଏ । ଏହା ଶରୀରକୁ ଭରପୁର ପୋଷଣା ଯୋଗାଇ ପାରି ନଥାଏ । ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ । ଶରୀରକୁ ଅଧିକ ମାତ୍ରାରେ ସୋଡିୟମ ଯିବା ଦ୍ୱାରା ଅନେକ ରୋଗ ହୋଇପାରେ । ଏହାଦ୍ୱାରା ଉଚ୍ଚ ରକ୍ତ ଚାପ ଠାରୁ ନେଇ ଷ୍ଟ୍ରୋକ୍, ହାର୍ଟ ଏବଂ କିଡନୀ ଭଳି ରୋଗ ସାମିଲ ଅଛି ।