ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମତାପ ସହ ଗରମ ଅନୁଭବ ହେଉଛି । ଏହାଦ୍ୱାରା ଲୋକମାନେ ଗରମ ସହ୍ୟ ନକରି ପାରି ହନ୍ତସନ୍ତ ହେଉଛନ୍ତି । ଏହି ଗରମରେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ମଣିଷ ଶରୀରରୁ ଅତ୍ୟଧିକ ଝାଳ ବହାରିଥାଏ । ବେଳେ ବେଳେ ଅତ୍ୟଧିକ ଝାଳରୁ ବାହାରୁଥିବା ଦୁର୍ଗନ୍ଧ ଲଜ୍ୟାର ବିଷୟ ହୋଇଥାଏ ।
ମଣିଷ ଶରୀରରେ ଅତ୍ୟଧିକ ମାତ୍ରାରେ ଝାଳ ବୋହିବାକୁ ହାଇପରହାଇଡ୍ରୋସିସ୍ କୁହାଯାଇଥାଏ । ଏହା ଚାପ,ଶରୀରିକ ବ୍ୟାୟମ,ଖରାପ ଖାଦ୍ୟ,ହରମୋନ ଅଶନ୍ତୁଳନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ହୋଇଥାଏ ।
ଏହା ଜାଣିବା ମହତ୍ୱପୂର୍ଣ୍ଣ କି ଝାଳ ଗନ୍ଧ ହେବା ସାଧାରଣ କଥା । କିନ୍ତୁ ଏହା ଯେତେବେଳେ ଶତାଦ୍ଧିକ ଜୀବାଣୁ ସହ ସଂଯୋଗ ହୋଇଯାଏ, ସେତେବେଳେ ଏଥିରୁ ବିଚିତ୍ର ଗନ୍ଧ ନିର୍ଗତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କଲେ ଝାଳରୁ ବାହାରୁ ଥିବା ଦୁର୍ଗନ୍ଧରୁ ରକ୍ଷା ପାଇ ପାରିବେ ।
– ଆପଣ ଗାଧୋଇବା ବେଳେ ପାଣିରେ ସୁଗନ୍ଧଯୁକ୍ତ ତରଳ ପଦାର୍ଥ ପକାଇ ଗାଧାନ୍ତୁ । ଏହାଦ୍ୱରା ଗନ୍ଧ ଦୂର ହେବା ସହିତ ଶରୀରକୁ ଥଣ୍ଡା ଅନୁଭବ ହୋଇଥାଏ ।
– ବେକିଂ ସୋଢା ମଧ୍ୟ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ । ପାଣିରେ ବେକିଂ ସୋଢା ମିଶାଇ କାଖ,ପାଦ,ବାହୁ ଆଦିରେ ବ୍ୟବହାର କରି ପାରିବେ ।
– ଦୁର୍ଗନ୍ଧ ବାହାରୁଥିବା ସ୍ଥାନରୁ ଆପଣ ଆଳୁ ଖଣ୍ଡ ମଧ୍ୟ ବ୍ୟବହାର କରି ପାରିବେ ।
– ଗୋଲାପ ଜଳକୁ ପାଣିରେ ପକାଇ ଗାଧୋଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହିତ ସୁଗନ୍ଧ ହୋଇଥାଏ ।
– କିଛି ତୁଳାରେ ଦୁଇ ବୁନ୍ଦା ଚା’ପତି ଗଛର ତେଲ ଏବଂ ଗୋଲାପ ଜଳ କାଖରେ ଲଗାଇବା ଦ୍ୱାରା ଦୁର୍ଗନ୍ଧ ଦୂର ହୋଇଥାଏ ।
– କେଶରୁ ଗନ୍ଧ ଦୂର କରିବାକୁ ହେଲେ ପ୍ରଥମେ ଏକ ମଗରେ ପାଣି ନିଅନ୍ତୁ, ସେଥିରେ ଲେମ୍ବୁ ରସ ଏବଂ ଅଧା କପ ଗୋଲାପ ଜଳ ମିଶାଇ କେଶରେ ବ୍ୟବହାର କରନ୍ତୁ ।