ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରାପ ଜୀବନଶୈଳୀ ଏବଂ ଅନୁଚିତ୍ ଖାଦ୍ୟପାନୀୟ ହେତୁ ଅନେକ ରୋଗ ସୃଷ୍ଟି ହୋଇଥାଏ । ସେଥିରୁ ଏକ ରୋଗ ହେଉଛି ମଧୁମେହ । ରକ୍ତରେ ଶର୍କରା ସ୍ତରର ବୃଦ୍ଧି ଏବଂ ଅଗ୍ନାଶୟରୁ ଇନସୁଲିନ୍ ହରମୋନ୍ ମୁକ୍ତ ନହେବା କାରଣରୁ ମଧୁମେହ ହୁଏ । ଏହି ରୋଗରେ ରୋଗୀଙ୍କୁ ମିଠା ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। ଏହି ରୋଗୀଙ୍କର ଖାଦ୍ୟପାନୀୟ ସଠିକ ହେବା ଉଚିତ୍ । ନିୟମିତ ୱାର୍କଆଉଟ ଆବଶ୍ୟକ । ଯାହାଫଳରେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିବ । ଯଦି ଆପଣ ବି ମଧୁମେହ ରୋଗୀ ଏବଂ ବ୍ଲଡ ସୁଗାର ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ଆପଣ ପିଆଜ ତେଲ ସେବନ କରିପାରିବେ ।
ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ପିଆଜ ବ୍ୟବହାର କରାଯାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ,ଆଣ୍ଟି ଇଂଫ୍ଲେମେଟରୀ, ଆଣ୍ଟି-ଆଲର୍ଜିକ ଏବଂ ଆଣ୍ଟି କାର୍ସିନୋଜେନିକ ଗୁଣ ରହିଛି । ଯାହା ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏହାସହିତ ଏଥିରେ ଆୟରନ, ଫୋଲେଟ ପୋଟାସିୟମ, ଭିଟାମିନ୍ ଏ, ବି୬, ବି-କମ୍ପେ୍ଲକ୍ସ ରହିଛି । ସେହିପରି ପିଆଜ, ସଲଫ୍ୟୁରିକ କପାଉଣ୍ଡସ ଏବଂ ଫ୍ଲେବୋନାୟଡର ମୁଖ୍ୟ ଉତ୍ସ । ଅନ୍ୟପଟେ ପିଆଜ ତେଲ ମଧ୍ୟ ଅନେକ ରୋଗ ପାଇଁ ଉପକାରୀ । ଖାସ୍ କରି ମଧୁମେହ ରୋଗୀଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଆଜ ତେଲ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଗବେଷଣା ମୂଷାମାନଙ୍କ ଉପରେ କରାଯାଇଥିଲା । ଏହି ଅନୁସନ୍ଧାନରେ ମୂଷାମାନଙ୍କୁ ଅଧିକ ମାତ୍ରାରେ ପିଆଜ ତେଲ ଦିଆଯାଇଥିଲା । ଫଳାଫଳ ସନ୍ତୋଷଜନକ ହୋଇଛି । ଏହି ଗବେଷଣା ପ୍ରମାଣିତ କରିଛି ଯେ ପିଆଜ ତେଲ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଯେଉଁଠାରେ, ଇନସୁଲିନ୍ ମଧ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ପିଆଜ ତେଲ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏହାସହିତ ପିଆଜ ତେଲର ବ୍ୟବହାର ରାତିରେ ଭଲ ନିଦ ହୋଇଥାଏ । ଏଥିପାଇଁ ରାତିରେ ପିଆଜ ତେଲକୁ ଶୋଇବା ପୂର୍ବରୁ କେଶକୁ ମାଲିସ୍ କରନ୍ତୁ ।