ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନାରୀର ରୂପ ଅନେକ । କେତେବେଳେ ମା’ତ ଆଉ କେତେବେଳେ ଭଉଣୀ । ଏବଂ କେତେବେଳେ ପତ୍ନୀ । ନାରୀ ହିଁ ଘରକୁ ଖୁସି ଆଣି ଦେଇଥାଏ । ଆଜିକାଲି ବିବାହ ଋତୁ ଚାଲିଛି । ବିବାହ ପୂର୍ବରୁ ଜାଣି ରଖନ୍ତୁ ଆପଣଙ୍କ ଜୀବନ ସାଥୀଙ୍କ ବିଷୟରେ । ପ୍ରକୃତରେ ସମୁଦ୍ର ଶାସ୍ତ୍ରରେ ଲେଖା ଅଛି କି ଯେକୌଣସି ନାରୀଙ୍କ ଚେହେରାରୁ ତାଙ୍କର ବ୍ୟକ୍ତିତ୍ୱ ଜାଣିପାରିବେ ।
କେଶ: ଯଦି କୌଣସି ନାରୀର ମୁଣ୍ଡ କେଶ କଳା ହୋଇଥାଏ, ତେବେ ସେ ସ୍ପଷ୍ଟ ବିଚାରଧାରା ବ୍ୟକ୍ତିତ୍ୱର ହୋଇଥାନ୍ତି । ଏଭଳି ମହିଳା କେବଳ ଗରେ ନୁହେଁ ବରଂ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।
ଆଖି: ଯେଉଁ ମହିଳାଙ୍କ ଆଖି ବଡ ସେମାନେ ଖୁବ୍ ଦୟାଳୁ ସ୍ୱଭାବର ହୋଇଥାନ୍ତି ।
ନାକ: ଯେଉଁ ମହିଳାଙ୍କ ନାକ ଉକ୍ରଷ୍ଠ ଆକୃତି ବିଶିଷ୍ଟ ସେମାନେ ଖୁବୁ ଭଗ୍ୟ ଉଜ୍ୱଳ ଥାଏ । ସେମାନେ ଖୁସିର ସୂଚକ ଅଟନ୍ତି । ଏଭଳି ମହିଳାଙ୍କ ବିବାହ ଯେଉଁଠି ବି ହୁଏ ଚାରିପଟୁ ଖୁସି ଖେଳିଯାଏ । ଏହାସହିତ ପତଳା ନାକ ଥିବା ମହିଳାମାନେ ସ୍ପଷ୍ଟବାଦୀ ହୋଇଥାନ୍ତି । ଏବଂ ବାଣିଜ୍ୟ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥାନ୍ତି ।
ଓଷ୍ଠ: ଯେଉଁ ମହିଳାଙ୍କ ଓଷ୍ଠ ଛୋଟ ଏବଂ ସୂକ୍ଷ୍ମ ସେମାନେ ଖୁବ୍ ଆତ୍ମବିଶ୍ୱାସୀ ହୋଇଥାନ୍ତି ।
ନାଭି: ଯେଉଁ ମହିଳାଙ୍କ ନାଭି ଗଭୀର ବା ଭିତରୁଆ ସେମାନଙ୍କୁ ସୌଭାଗ୍ୟଶାଳୀ କୁହାଯାଇଥାଏ ।
ପେଟ:ଯେଉଁ ମହିଳାଙ୍କ ପତଳା ପେଟ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହାସହିତ ଦାମ୍ପତ୍ୟ ଜୀବନରେ ବି ସୁଖ ଶାନ୍ତି ବଳବତ୍ତର ରହିଥାଏ ।